କଟକ: ସହରର ସଂକ୍ରମଣ ସ୍ଥିତି ସାମାନ୍ୟ ଆଶ୍ବସ୍ଥି ପ୍ରଦାନ କରିଛି । କଟକ ମହାନଗର ନିଗମରେ କମୁଛି ସଂକ୍ରମଣ ହାର। ସୋମବାର ୧୩୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୮ ଜଣ ହୋମକ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ, ୬୮ ଜଣ ଶିକ୍ଷାନୁଷ୍ଠାନ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ୩ ଜଣ ସଂକ୍ରମଣର ଶିକାର ହୋଇଛନ୍ତି ।
ଏହି ସଂଖ୍ୟାକୁ ମିଶାଇ କଟକ ମହାନଗର ନିଗମରୁ ୧୧,୬୫୩ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ତେବେ ୮୯୦୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ୪୬ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୨,୭୦୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
କଟକରେ କମୁଛି କୋରୋନା ସଂକ୍ରମଣ, ଆଜି ୧୩୯ ପଜିଟିଭ ଚିହ୍ନଟ - କଟକରେ କୋରୋନା ପଜିଟିଭ ଚିହ୍ନଟ
ସହରର ସଂକ୍ରମଣ ସ୍ଥିତି ସାମାନ୍ୟ ଆଶ୍ବସ୍ଥି ପ୍ରଦାନ କରିଛି । କଟକ ମହାନଗର ନିଗମରେ କମୁଛି ସଂକ୍ରମଣ ହାର। ସୋମବାର ୧୩୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
![କଟକରେ କମୁଛି କୋରୋନା ସଂକ୍ରମଣ, ଆଜି ୧୩୯ ପଜିଟିଭ ଚିହ୍ନଟ New 139 covid positive case reported in CMC area](https://etvbharatimages.akamaized.net/etvbharat/prod-images/768-512-8975127-thumbnail-3x2-wc.jpg)
କଟକରେ କମୁଛି କୋରୋନା ସଂକ୍ରମଣ, ଆଜି ୧୩୯ ପଜିଟିଭ ଚିହ୍ନଟ
ଆଜି ଗୋଟିଏ ଦିନରେ ୪ ଜଣଙ୍କର ମୃତୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ କଟକ ମହାନଗର ନିଗମରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଜଣାପଡିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ