ଓଡିଶା

odisha

ETV Bharat / city

ବାଙ୍କିରେ ପଡୋଶୀକୁ ଗୋଡାଇ ଗୋଡାଇ ହାଣିଲା ପଡୋଶୀ

ପଡୋଶୀ ନେଲା ପଡୋଶୀ ଜୀବନ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀକୁ ଟାଙ୍ଗିଆରେ ହାଣିଲା ପଡୋଶୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍କି ମାଳବିହାରପୁର ଗାଁରେ ।

By

Published : May 28, 2019, 9:57 AM IST

Updated : May 28, 2019, 10:24 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କଟକ

କଟକ: ବାଙ୍କି ଥାନା ଅନ୍ତର୍ଗତ ମାଳବିହାରପୁର ଗାଁରେ ହତ୍ୟାକାଣ୍ଡ । ଦୁଇ ପଡୋଶୀଙ୍କ ଭିତରେ ଥିବା ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କଟକ

ଗାଁର କରିମାଳ ବିହାରପୁର ହରିଜନ ସାହିର ନଣ୍ଡା ଦେହୁରୀ ନାମକ ଜଣେ ଯୁବକ ତାଙ୍କ ପଡୋଶୀ ମାମି ଖଟୁଆଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଲୋକ ମାମିଙ୍କୁ ଡାକ୍ତରଖାନା ନେଇଥିଲେ । ହେଲେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେବେ ମୃତ ଭଉଣୀକୁ ନଣ୍ଡା ଟାଙ୍ଗିଆରେ ଗୋଡ଼ାଇ ହାଣୁଥିବା ବେଳେ ଭାଇ କୃପାସିନ୍ଧୁ ଜେନା ପ୍ରତିରୋଧ କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଟାଙ୍ଗିଆ ଆକ୍ରମଣର କୃପାସିନ୍ଧୁ ମଧ୍ୟ ଆହତ ହୋଇ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ପହଞ୍ଚି ନଣ୍ଡାକୁ ଗିରଫ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : May 28, 2019, 10:24 AM IST

For All Latest Updates

ABOUT THE AUTHOR

...view details