କଟକ:ମାଡି ଆସୁଛି ବାତ୍ୟା 'ଗୁଲାବ'। ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ NDRF ଟିମ । ଏହାର ମୁକାବିଲା ପାଇଁ ୧୪ଟି ଟିମକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି।
ଗଞ୍ଜାମ ଜିଲ୍ଲା ପାଇଁ ୩ଟି ଟିମ, ଗଜପତି ପାଇଁ ୨ଟି ଟିମ, ରାୟଗଡା ପାଇଁ ୨ଟି ଟିମ, କୋରାପୁଟ ପାଇଁ ୨ଟି ଟିମ, ମାଲକାନଗିରି ପାଇଁ ଗୋଟିଏ ଟିମ ଓ ୪ଟି ଟିମକୁ ଭୁବନେଶ୍ବର ହେଡକ୍ବାର୍ଟରରେ ରିଜର୍ଭ ରଖାଯାଇଥିବା ନେଇ NDRF ପକ୍ଷରୁ ସୂଚନା ଦିଆଯାଇଛି । ବିଭିନ୍ନ ପ୍ରକାର ସରଞ୍ଜାମ ସହ ଏମାନେ ବିଭିନ୍ନ ସ୍ଥାନ ଗ୍ରସ୍ତ କରିଛନ୍ତି ।