କଟକ: ମହାନଦୀରେ ଛୋଟ-ମଧ୍ୟମ ଧରଣର ବନ୍ୟା ଆସିବ । ସୂଚନା ଦେଇଛନ୍ତି ଏସଆରସି । ଏହି ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ NDRF ଟିମ୍ ମୁତୟନ କାର୍ଯ୍ୟ ଆରମ୍ଭ ହୋଇଛି । NDRFର ମୋଟ 6 ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହେବେ ।
ସମ୍ଭାବ୍ୟ ବନ୍ୟା ପାଇଁ ମୁତୟନ ହେଲେ NDRF-ଓଡ୍ରାଫ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ବରରେ ଗୋଟିଏ ଲେଖାଏଁ ଟିମ୍ ମୁତୟନ ହୋଇଛନ୍ତି । ଆଉ ଦୁଇଟି ଟିମ୍ ମୁତୟନ ପାଇଁ ପ୍ରସ୍ତୁତ ରହିଥିବା NDRF ପକ୍ଷରୁ କୁହାଯାଇଛି ।
ସେହିପରି ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଓଡ୍ରାଫ ଟିମ୍ ମୁତୟନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ 6ଟି ଜିଲ୍ଲାକୁ ମୋଟ 9ଟି ଓଡ୍ରାଫ ଟିମ୍ ପଠାଯାଇଛି । ସେଥିମଧ୍ୟରୁ ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁରକୁ ଦୁଇଟି ଲେଖାଏଁ ଟିମ୍ ଯାଇଥିବାବେଳେ ବାଲେଶ୍ବର, ପୁରୀ ଓ କଟକର ଆଠଗଡକୁ ଗୋଟିଏ ଲେଖାଏଁ ଟିମ୍ ପଠାଯାଇଛି ।
ଟିମଗୁଡିକ ସେହି ସବୁ ସ୍ଥାନରେ ମୁତୟନ ହୋଇ ଆବଶ୍ୟକ ସ୍ଥଳେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହେବେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ