ଓଡିଶା

odisha

ETV Bharat / city

ରୁଚିକାଙ୍କୁ ନ୍ୟାୟ ଦାବୀ, ଡିଜି ଅଫିସ ଆଗରେ ଦିନିକିଆ 'ଉପବାସ' ଧାରଣା - କଟକରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଉପବାସ ଅନଶନ

16 ଦିନ ପରେ ବି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁର ରହସ୍ୟ ଖୋଲିପାରୁନି ପୋଲିସ । ରୁଚିକାଙ୍କୁ ନ୍ୟାୟ ଦାବୀରେ ଡିଜି ଅଫିସ ଆଗରେ ଦିନିକିଆ 'ଉପବାସ' ଧାରଣା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ । ଅଧିକ ପଢ଼ନ୍ତୁ

nav nirman krushak sangathan sit on a hunger strike demanding justice to ruchika
ରୁଚିକାଙ୍କୁ ନ୍ୟାୟ ଦାବୀରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅନଶନ

By

Published : Jul 17, 2022, 12:44 PM IST

Updated : Jul 17, 2022, 1:15 PM IST

କଟକ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁର 16 ଦିନ ପରେ ବି ପୋଲିସ ହାତ ଖାଲି । ଏଭଳି ଏକ ସ୍ପର୍ଷକାତର ଘଟଣା ଉପରୁ ପରଦା ଉଠାଇ ପାରୁନି ପୋଲିସ । ରୁଚିକାଙ୍କୁ ନ୍ୟାୟ ଦାବୀରେ ଆଜି ଡିଜି ଅଫିସ ଆଗରେ ଦିନିକିଆ 'ଉପବାସ' ଧାରଣା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ । ସେହିପରି ଝିଅକୁ ନ୍ୟାୟ ଦେବା ଦାବୀରେ ଧାରଣାରେ ବସିଛନ୍ତି ରୁଚିକାଙ୍କ ମାଆ ।

ରୁଚିକାଙ୍କୁ ନ୍ୟାୟ ଦାବୀରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅନଶନ

ରୁଚିକାଙ୍କ ମୃତ୍ୟୁର ରହସ୍ୟ ଖୋଲିବା ପାଇଁ ସଙ୍ଗଠନ ପକ୍ଷରୁ ଦାବୀ କରାଯାଇଛି । ଏଯାବତ ପୋଲିସ ମୃତ୍ୟୁର ରହସ୍ୟ ଖୋଲିପାରୁନାହିଁ । ତେଣୁ ପୋଲିସର ତଦନ୍ତ ଉପରେ ନବ ନିର୍ମାଣ କୃଷକ ସଙ୍ଗଠନ ପ୍ରଶ୍ନ ଉଠାଇଛି । ପୋଲିସ ରାଗିଂ ହୋଇନଥିବା କଥା କହୁଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ କଣ ତାହାର ଖୁଲାସା କାହିଁକି କରୁନାହିଁ ବୋଲି ଆନ୍ଦୋଳନକାରୀ ପ୍ରଶ୍ନ କରିଛନ୍ତି । ରୁଚିକାକୁ ନ୍ୟାୟ ମିଳିବା ସହ କାର୍ଯ୍ୟରେ ଅବହେଳା କରିଥିବା କଲେଜର ଅଧ୍ୟକ୍ଷ, ହଷ୍ଟେଲର ସୁପରିଟେଣ୍ଡେଣ୍ଟ ଓ ୱାର୍ଡେନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସଙ୍ଗଠନ ଦାବୀ କରିଛି ।

ରୁଚିକାଙ୍କୁ ନ୍ୟାୟ ଦାବୀ ନେଇ ଆସନ୍ତା ଜୁଲାଇ ୧୯ ତାରିଖରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି ।

ଇଟିଭି ଭାରତ, କଟକ

Last Updated : Jul 17, 2022, 1:15 PM IST

For All Latest Updates

TAGGED:

ABOUT THE AUTHOR

...view details