କଟକ: ଓଡ଼ିଶାରେ ଖେଳାଯିବ ଜାତୀୟ ଜୁନିୟର ଫେନସିଂ ଚାମ୍ପିୟନସିପ । ଆସନ୍ତା ଜୁନ ୨୯ ତାରିଖରୁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଖେଳାଯିବ ଏହି ମେଗା ପ୍ରତିଯୋଗିତା । ତେବେ ଉଭୟ ରାଜ୍ୟ ସରକାର ଓ ରାଜ୍ୟ ଫେନସିଂ ସଂଘର ମିଳିତ ଉଦ୍ୟମରେ ଏହି ପ୍ରତିଯୋଗୀତା ଇଣ୍ଡୋର ଷ୍ଟାଡିଅମରେ ୪ ଦିନ ଧରି ଆୟୋଜିତ ହେବ ।
କଟକରେ ହେବ ଜାତୀୟ ଜୁନିୟର ଫେନସିଂ ଚାମ୍ପିୟନସିପ - କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ
କଟକସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଜୁନ ୨୯ ତାରିଖରୁ ଖେଳାଯିବ ଜାତୀୟ ଜୁନିୟର ଫେନସିଂ ଚାମ୍ପିୟନସିପ । ପ୍ରାୟ ସମସ୍ତ ରାଜ୍ୟରୁ ୬୫୦ ପୁରୁଷ ଓ ମହିଳା ଖେଳାଳୀ ଯୋଗଦେବେ । ଅଧିକ ପଢ଼ନ୍ତୁ
କଟକରେ ହେବ ଜାତୀୟ ଜୁନିୟର ଫେନସିଂ ଚାମ୍ପିୟନସିପ
୩୦ତମ ଜାତୀୟ ଜୁନିୟର ଫେନସିଂ ଚାମ୍ପିୟନସିପରେ ପ୍ରାୟ ସମସ୍ତ ରାଜ୍ୟରୁ ପୁରୁଷ ଓ ମହିଳା ଭାଗନେବେ । ମୋଟ ୬୫୦ ଖେଳାଳି ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଚୟନ ହୋଇଥିବା ସୂଚନା ମିଳିଛି । ତେବେ ଅନେକ ଦିନ ଧରି ଓଡିଶା ଦଳ ବିଭିନ୍ନ କ୍ୟାମ୍ପ ଜରିଆରେ ଭଲ ଅଭ୍ୟାସ କରି ଆସିଥିବାରୁ ଏହି ପ୍ରତିଯୋଗିତାରେ ନିଶ୍ଚିତ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି । ଏହି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ଫେନସିଂ ସଙ୍ଘ ।
ଇଟିଭି ଭାରତ, କଟକ
Last Updated : Jun 22, 2022, 6:36 PM IST