ଓଡିଶା

odisha

ETV Bharat / city

ନର୍ସିଂପୁର ନାବାଳିକା ଦୁଷ୍କର୍ମ ମାମଲା, ସିଡବ୍ଲୁସିର ତନାଘନା - narsinghpur minor rape case

ନର୍ସିଂପୁରର ଚର୍ଚ୍ଚିତ କଲେଜ ପଢୁଆ ନାବାଳିକା ଦୁଷ୍କର୍ମ ଘଟଣା ନେଉଛି ନୂଆ ମୋଡ଼ । ସିଡବ୍ଲୁସିର ତନାଘନା ଜାରିଥିବାବେଳେ ଅଭିଯୁକ୍ତ ଖୁବ୍‌ ଶୀଘ୍ର ଗିରଫ ହେବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ...

ନର୍ସିଂପୁର ନାବାଳିକା ଦୁଷ୍କର୍ମ ମାମଲା , ସିଡବ୍ଲୁସି ର ତନାଘନା
ନର୍ସିଂପୁର ନାବାଳିକା ଦୁଷ୍କର୍ମ ମାମଲା , ସିଡବ୍ଲୁସି ର ତନାଘନା

By

Published : Dec 17, 2020, 10:02 PM IST

କଟକ: ନର୍ସିଂପୁରର ଚର୍ଚ୍ଚିତ କଲେଜ ପଢୁଆ ନାବାଳିକା ଦୁଷ୍କର୍ମ ଘଟଣା ନେଉଛି ନୂଆ ମୋଡ଼ । ସିଡବ୍ଲୁସିର ତନାଘନା ଜାରିଥିବା ବେଳେ ଅଭିଯୁକ୍ତ ଖୁବ୍‌ ଶୀଘ୍ର ଗିରଫ ହେବ ବୋଲି ଆଶା କରାଯାଉଛି ।

ନର୍ସିଂପୁର ନାବାଳିକା ଦୁଷ୍କର୍ମ ମାମଲା , ସିଡବ୍ଲୁସି ର ତନାଘନା

ଘଟଣା ଅନୁସାରେ, ନର୍ସିଂପୁର ଥାନା ଅଞ୍ଚଳରେ ଜଣେ କଲେଜ ପଢୁଆ ଯୁବତୀଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ପ୍ରେମ ଜାଲରେ ଫସାଇଥଲେ। ପରେ ତାଙ୍କୁ ବିବାହର ପ୍ରତିଶୃତି ଦେଇ ଓ ଅଶ୍ଳୀଳ ଭିଡିଓ ଦେଖାଇ ତାଙ୍କ ସହିତ ବାରମ୍ବାର ଅନୈତିକ ସମ୍ପର୍କ ରଖିଥଲା। ଫଳରେ ଝିଅଟି ଗର୍ଭବତୀ ହେବାରୁ ପୁଅଟି ତାକୁ ଉଠାଇ ନେଇ ଅବୈଜ୍ଞାନିକ ପଦ୍ଧତିରେ ଗର୍ଭପାତ କରାଇଥିଲା। ପରେ ଝିଅର ବାପା ଥାନାରେ ଝିଅ ହଜି ଯାଇଥିବାର ଅଭିଯୋଗ କରିଥିଲେ। ହେଲେ ଥାନାରେ ମହିଳା ଅଧିକାରୀଙ୍କ ବିନା ଉପସ୍ଥିତିରେ ଯେଉଁ ବେଇଅନ ଭାବରେ ନାବାଳିକାକୁ 3 ଦିନ ରଖି ତାହାର ଗର୍ଭ ପରୀକ୍ଷା କରାଗଲା, ତାହାର ତଦନ୍ତ ନିମନ୍ତେ ଏସପିଙ୍କୁ ଭେଟିଛନ୍ତି ସିଡବ୍ଲୁସି ଅଧକାରୀ । ଅଭିଯୁକ୍ତ ମଧ୍ୟ ଶୀଘ୍ର ଗିରଫ ହେବା ନେଇ ମଧ୍ୟ ମାମଲା ରୁଜୁ ହୋଇଛି । ତେବେ ଏହି ମାମଲାରେ ଜଲଦି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡବ୍ଲୁସି ଅଧିକାରୀ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details