ଓଡିଶା

odisha

ETV Bharat / city

ଲିଙ୍ଗରାଜଙ୍କ ଜମିରେ ନବୀନ ନିବାସ ନିର୍ମାଣ ଅଭିଯୋଗ, ହାଇକୋର୍ଟରେ ମାମଲା ଦାଖଲ

ଲିଙ୍ଗରାଜଙ୍କ ଜମିରେ ନବୀନ ନିବାସ ନିର୍ମାଣ ହୋଇଥିବା ଅଭିଯୋଗ । ହାଇକୋର୍ଟରେ ହେଲା ମାମଲା ରୁଜୁ । ମାମଲାରେ ୯ ଜଣଙ୍କୁ କରାଯାଇଛି ପକ୍ଷଭୁକ୍ତ ।

Nabin niwas has not built on Lingaraj land
ଲିଙ୍ଗରାଜଙ୍କ ଜମିରେ ନବୀନ ନିବାସ ନିର୍ମାଣ ହୋଇଥିବା ଅଭିଯୋଗ ,ହାଇକୋର୍ଟରେ ହେଲା ମାମଲା

By

Published : Dec 7, 2020, 7:16 PM IST

କଟକ: ଲିଙ୍ଗରାଜଙ୍କ ଜମିରେ ନବୀନ ନିବାସ ନିର୍ମାଣ ହୋଇଥିବା ଅଭିଯୋଗ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଛି ।

ଲିଙ୍ଗରାଜଙ୍କ ଜମିରେ ନବୀନ ନିବାସ ନିର୍ମାଣ ହୋଇଥିବା ଅଭିଯୋଗ ,ହାଇକୋର୍ଟରେ ହେଲା ମାମଲା

ସେହିପରି ୨ ଏକର ୧୩୩ ଡେସିମିଲ ଜମିକୁ ଲିଙ୍ଗରାଜ ମହାପ୍ରଭୁଙ୍କ ଖାତାକୁ ଫେରାଇ ଦେବାକୁ ଆବେଦନକାରୀ ପାର୍ଥନା କରିଛନ୍ତି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ରୁଜୁ କରାଯାଇଥିବା ଏହି ମାମଲାରେ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, ଏଣ୍ଡାଉମେଣ୍ଟ କମିଶନ, ମୁଖ୍ୟମନ୍ତ୍ରୀ, ଗୀତା ମେହେତାଙ୍କ ସମେତ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details