ଓଡିଶା

odisha

ETV Bharat / city

କମେଣ୍ଟ ମରାକୁ ନେଇ ଗଡିଲା ମୁଣ୍ଡ - ପୂର୍ବ ଶତ୍ରୁତା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ। ଏଭଳି ଘଟଣା ଘଟିଛି ଚୌଦ୍ବାର ଥାନା ଅଞ୍ଚଳରେ।

କମେଣ୍ଟ ମରାକୁ ନେଇ ହତ୍ୟାକାଣ୍ଡ

By

Published : Sep 3, 2019, 5:47 PM IST

କଟକ: ଗାଁ ଗାଁ ମଧ୍ୟରେ ଅହୀନକୂଳ ସମ୍ପର୍କ । କମେଣ୍ଟ ମରାକୁ ନେଇ ଗଡିଲା ମୁଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ। ଯାହା ଫଳରେ ଦୁଇ ଗାଁ ମଧ୍ୟରେ ଦେଖାଦେଇଛି ଉତ୍ତେଜନା । ଏହି ଅଘଟଣ ଘଟିଛି ଚୌଦ୍ବାର ଥାନା ଅଞ୍ଚଳର ଦୁଇଟି ଗ୍ରାମରେ ।

ଏଠାକାର ମାହାଳପଡା ଗ୍ରାମର ଗୋଲଖ ବେହେରାଙ୍କୁ ଗତକାଲି ଘଣ୍ଟିଖାଲ ପଞ୍ଚାୟତ ନିଧିପୁର ଛକଠାରେ କିଛି ଅସାମାଜିକ ଯୁବକଙ୍କ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ। ଫଳରେ ଗୋଲଖ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା । ଏହାପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ମଙ୍ଗଳବାର ଭୋର ସମୟରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି ।

କମେଣ୍ଟ ମରାକୁ ନେଇ ହତ୍ୟାକାଣ୍ଡ

ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜନାକୁ ଆଖିଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୂର୍ବରୁ ଘଣ୍ଟିଖାଲ ଓ ମହାଳପଡା ଦୁଇ ଗ୍ରାମ ମଧ୍ୟରେ କମେଣ୍ଟ ମରାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଗତକାଲି ମାହାଳପଡା ଗ୍ରାମର ଗୋଲେଖ ବେହେରା ତାଙ୍କ ସମ୍ପର୍କୀୟ ଘର ଘଣ୍ଟିଖାଲ ଗାଁ କୁ ଯାଇଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏହାପରେ ତାଙ୍କର ମୃତ୍ୟୁ ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details