କଟକ: ମୁଣ୍ଡୁଳି ବ୍ୟାରେଜରେ ହାତୀ ଉଦ୍ଧାର ସମୟରେ ବୋଟ ଓଲଟିବା ଘଟଣାରେ ଗୁରୁତର ହୋଇSCBରେ ଚିକିତ୍ସିତ ହେଉଥିବା ଗଣମାଧ୍ୟମର କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଆଜି ଡିସଚାର୍ଜ ହୋଇଛନ୍ତି । ଏହି ଘଟଣାରେ ତାଙ୍କ ସାଥି ତଥା ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଥିଲା । ତେବେ ପ୍ରଭାତ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର ହୋଇ SCB ଆଇସିୟୁରେ ଭର୍ତ୍ତି ହୋଇଥିଲେ।
ମୁଣ୍ଡୁଳି ବୋଟ ଟ୍ରାଜେଡି: ସୁସ୍ଥ ହୋଇ ଡିସଚାର୍ଜ ହେଲେ କ୍ୟାମେରାମ୍ୟାନ ପ୍ରଭାତ - ମୁଣ୍ଡଳୀ ବୋଟ ଦୁର୍ଘଟଣା
ହାତୀ ଉଦ୍ଧାର ବେଳେ ବୋଟ ଦୁର୍ଘଟଣାରେ ଆହତ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ହସ୍ପିଟାଲରୁ ଡିସଚାର୍ଜ । ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର ହୋଇ ହୋଇଥିଲେ SCBରେ ଭର୍ତ୍ତି । ଅଧିକ ପଢନ୍ତୁ...
![ମୁଣ୍ଡୁଳି ବୋଟ ଟ୍ରାଜେଡି: ସୁସ୍ଥ ହୋଇ ଡିସଚାର୍ଜ ହେଲେ କ୍ୟାମେରାମ୍ୟାନ ପ୍ରଭାତ ମୁଣ୍ଡୁଳୀ ବୋଟ ଟ୍ରାଜେଡି: ସୁସ୍ଥ ହୋଇ ଡିସଚାର୍ଜ ହେଲେ କ୍ୟାମେରାମନ୍ୟାନ ପ୍ରଭାତ](https://etvbharatimages.akamaized.net/etvbharat/prod-images/768-512-13188503-thumbnail-3x2-ctc-2.jpg)
ସୂଚନାଯୋଗ୍ୟ ଗତ ୨୪ ତାରିଖରେ ମୁଣ୍ଡୁଳି ବ୍ୟାରେଜ ନିକଟ ମହାନଦୀରେ ଗୋଟିଏ ଦନ୍ତାହାତୀ ଫସି ରହିଥିବାବେଳେ ହାତୀ ଘଉଡାଇବା ପାଇଁ ଯାଇଥିଲେ ଓଡ୍ରାଫ ଟିମ । ରେସ୍କ୍ୟୁ ବୋଟରେ 5 ଓଡ୍ରାଫ ସଦସ୍ୟଙ୍କ ସମେତ ୨ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ରହିଥିଲେ । ତେବେ ପ୍ରଖରସ୍ରୋତରେ ବୋଟଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସାମ୍ବାଦିକ ଅରିନ୍ଦମ ଦାସ ଓ ଜଣେ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ପାଣିରେ ଭାସିଯାଇ ଅକାଳ ମୃତ୍ୟୁ ଘଟିଥିଲା। ଏଥିସହ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅନ୍ୟ ଓଡ୍ରାଫ ଯବାନମାନେ ସୁସ୍ଥ ହୋଇ ସାରିଥିବାବେଳେ ଆଜି ଗଣମାଧ୍ୟମ ପ୍ରତିନିଧି ପ୍ରଭାତ ସିହ୍ନାଙ୍କୁ ସୁସ୍ଥ ଘୋଷଣା କରାଯିବା ସହ SCBରୁ ଡିସଚାର୍ଜ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ