ଓଡିଶା

odisha

By

Published : Jan 26, 2021, 8:26 PM IST

ETV Bharat / city

ପୂର୍ବତନ ସାଂସଦ ତଥାଗତଙ୍କୁ କଟାକ୍ଷ କଲେ ଭର୍ତ୍ତୃହରି

ସମ୍ପାଦକୀୟ ଲେଖି ପୁଣି ଥରେ ବିବାଦ ଘେରକୁ ଆସୁଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ। ତଥାଗତଙ୍କୁ କଟାକ୍ଷ କଲେ ଭର୍ତ୍ତୃହରି । ଅଧିକ ପଢନ୍ତୁ...

mp bhartruhari mahatab reaction on ex mp tathagata satpathy
ପୂର୍ବତନ ସାଂସଦ ତଥାଗତଙ୍କୁ କଟାକ୍ଷ କଲେ ଭର୍ତ୍ତୃହରି

କଟକ:ସମ୍ପାଦକୀୟ ଲେଖି ପୁଣି ଥରେ ନେଇ ବିବାଦ ଘେରକୁ ଆସୁଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ । ସୁବାଷ ଚନ୍ଦ୍ର ବୋଷଙ୍କ ବାବଦରେ ଖବର କାଗଜ ମାଧ୍ୟମରେ ନିଜର ମନ୍ତବ୍ୟ ଲେଖି ହରଡ ଘଣାରେ ତଥାଗତ ଶତପଥୀ । ତେବେ ଶତପଥୀଙ୍କ ଏହି ଲେଖାକୁ ନାପସନ୍ଦ କରିବା ସହ ତାଙ୍କୁ ଟାର୍ଗେଟ କରିଛନ୍ତି କଟକ ସାସଂଦ ଭର୍ତ୍ତୃହରି ମହତାବ । ସମ୍ପାଦକୀୟରେ ଯାହା ଉଲ୍ଲେଖ କରାଯାଇଛି ସମ୍ପୂର୍ଣ୍ଣ ଭୁଲ କଥା । ଅନେକ ସମୟରେ ନିଜର ଅଜ୍ଞତା କାହା ପାଇଁ କେତେ ଲୋକଙ୍କ ପାଇଁ ଆଶୀର୍ବାଦ ବି ହୋଇପାରେ ବୋଲି କଟାକ୍ଷ କରିଛନ୍ତି ସାଂସଦ ଭର୍ତ୍ତୃହରି । କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜନ୍ମ ଗ୍ରହଣ କରିଥିଲେ । ମାଟ୍ରିକ ପାସ ମଧ୍ୟ କରିଥିଲେ ।

ପୂର୍ବତନ ସାଂସଦ ତଥାଗତଙ୍କୁ କଟାକ୍ଷ କଲେ ଭର୍ତ୍ତୃହରି

କଲିକତାର ଏକ କଲେଜରୁ ବହିଷ୍କାର ପରେ ଦେଢ ବର୍ଷ ମଧ୍ୟ କଟକରେ ବିତାଇଥିଲେ । ତାଙ୍କର ପଡୋଶୀଙ୍କ ସହ ସବୁବେଳେ ଓଡ଼ିଆରେ କଥା ହେଉଥିବା ବେଳେ ଯାଜପୁର ଗସ୍ତ ସମୟରେ ଓଡ଼ିଶା ଲୋକଙ୍କ ସହ ଓଡ଼ିଆ ଭାଷାରେ ହିଁ ଆଲୋଚନା କରୁଥିଲେ । ତେଣୁ ଏଭଳି ଲେଖିବା ଅଶୋଭନୀୟ କାର୍ଯ୍ୟ ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ । ତେଣୁ ତଥାଗତ ଶତପଥୀ ସୁବାଷ ବୋଷଙ୍କୁ ନେଇ ଟାଣି ଆଣି ସମ୍ମାନ ଦିଆଯିବା ଲେଖା ଲେଖିବା ଠିକ ହେଲା ନାହିଁ ବୋଲି କହିଛନ୍ତି ସାସଂଦ ଭର୍ତ୍ତୃହରି ମହତାବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details