କଟକ:SDJM କୋର୍ଟଙ୍କ ନିର୍ଦ୍ଦେଶକୁ ତୁରନ୍ତ ପାଳନ କଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁଭବ ଆଜି(ଶୁକ୍ରବାର) ପତ୍ନୀ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଇଛନ୍ତି । ଅନୁଭବଙ୍କ ପୈତୃକ ଘର ଛାଡି ବାହାରେ ରହିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । ତେବେ ବର୍ଷାଙ୍କୁ ଟଙ୍କା ପଠାଇବା ପରେ ଅନୁଭବ ଓ ତାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରାଇଛନ୍ତି ।
କୋର୍ଟରେ ହାଜର ହୋଇ ଟଙ୍କା ଜମା କରାଯାଇଥିବା ଅବଗତ କରିଛନ୍ତି ଅନୁଭବ । ପ୍ରତି ମାସ ୧୦ ତାରିଖ କିମ୍ବା ଏହାର ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ଜମା କରିବାକୁ ଗତକାଲି(ଗୁରୁବାର) ପାରିବାରିକ ବିବାଦର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଅନୁଭବଙ୍କ ପିଟିସନକୁ କୋର୍ଟ ଗ୍ରହଣ କରି ଏପରି ନିର୍ଦ୍ଦେଶ ଦେଇଥିଲେ । ଅନୁଭବଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା, ଅନୁଭବଙ୍କ ପୈତୃକ ଘରେ ନ ରହିବାକୁ କୋର୍ଟରେ ଆବେଦନ କରିଥିଲେ ।