ଓଡିଶା

odisha

ETV Bharat / city

ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣା, ୩ ଅଟକ

ଜଗତପୁର ପିରବଜାର ଅଞ୍ଚଳରେ ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣାରେ (young man died by chinese manja case)୩ ଜଣଙ୍କୁ ଅଟକ ରଖିଛି ପୋଲିସ । ମାଞ୍ଜା ସୂତା ବିକ୍ରି ଓ ଉଡାଇବା ଅଭିଯୋଗରେ ଜଗତପୁର ଥାନାରେ ୩ ଜଣ ଅଟକ । ଅଧିକ ପଢନ୍ତୁ

ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣା
ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣା

By

Published : Dec 27, 2021, 12:07 PM IST

Updated : Dec 27, 2021, 12:54 PM IST

କଟକ: ରବିବାରଜଗତପୁର ପିରବଜାର ଅଞ୍ଚଳରେ ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣାରେ (young man died by chinese manja case) ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ମାଞ୍ଜା ସୂତା ବିକ୍ରି ଓ ଉଡାଇବା ଅଭିଯୋଗରେ ଜଗତପୁର ଥାନାରେ ୩ ଜଣ ଅଟକ । ଜଣେ ବ୍ୟବସାୟୀ ଓ ୨ ଜଣ ଗୁଡିଉଡାଳୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଜଗତପୁର ଥାନା ପୋଲିସ ।

ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣା

ପ୍ରକାଶ ଥାଉ କି, ଗତାକାଲି ଭୟରପୁରର ଯୁବକ ଜୟନ୍ତ ସାମଲଙ୍କ ମାଞ୍ଜା ସୂତାରେ ଗଳା କଟିଯିବାରୁ ତାଙ୍କ ମୃତ୍ୟୁ ହୋଇଥିଲା । ଅପରାହ୍ନ ୪ଟା ସମୟରେ ଜୟନ୍ତ ବାଇକ ଯୋଗେ ସ୍ତ୍ରୀଙ୍କ ସହ ଶ୍ୱଶୁର ଘର ଯିବାବେଳେ ପୀରବଜ଼ାର ଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ମାଞ୍ଜାସୂତା ତାଙ୍କ ଗଳାରେ ଗୁଡେଇ ହୋଇ ଯାଇଥିଲା । ସୂତା ଏତେ ଶକ୍ତ ଥିଲ ଯେ, ଏଥିରେ ଯୁବକଙ୍କ ଗଳା କଟିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଜି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଜଗତପୁର ଥାନା ପୋଲିସ । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପ୍ରତୀକ ସିଂ । ଏ ନେଇ କଟକରେ ଏକ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି । ଅଭିଯୁକ୍ତଙ୍କୁ ଧରିବାକୁ କଟକର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ମାଞ୍ଜା ସୂତା ତିଆରି ଓ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ ।

କଟକରୁ ନାରାୟଣ ସାହୁ ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 27, 2021, 12:54 PM IST

ABOUT THE AUTHOR

...view details