ଓଡିଶା

odisha

ETV Bharat / city

ମୁଣ୍ଡଳି ଦେଇ ୧୦ ଲକ୍ଷରୁ ଅଧିକ କ୍ୟୁସେକ ବନ୍ୟାଜଳ ନିଷ୍କାସିତ - Mundali

ସକାଳ ସୁଦ୍ଧା ମୁଣ୍ଡଳି ବ୍ୟାରେଜ ଦେଇ 10 ଲକ୍ଷ 18 ହଜାର 272 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଅଧିକ ପଢନ୍ତୁ

ମୁଣ୍ଡଳି ଦେଇ ୧୦ ଲକ୍ଷରୁ ଅଧିକ କ୍ୟୁସେକ ବନ୍ୟାଜଳ ନିଷ୍କାସିତ
ମୁଣ୍ଡଳି ଦେଇ ୧୦ ଲକ୍ଷରୁ ଅଧିକ କ୍ୟୁସେକ ବନ୍ୟାଜଳ ନିଷ୍କାସିତ

By

Published : Aug 18, 2022, 7:49 AM IST

କଟକ: ମୁଣ୍ଡଳି ଠାରେ କମୁଛି ଜଳସ୍ତର । ତଥାପି ନରାଜ, ମୁଣ୍ଡଳି ଓ ଯୋବ୍ରାରେ ନଦୀ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଜି(ଗୁରୁବାର) ସକାଳ 6ଟା ସୁଦ୍ଧା ମୁଣ୍ଡଳି ବ୍ୟାରେଜ ଦେଇ 10 ଲକ୍ଷ 18 ହଜାର 272 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ନରାଜ ବ୍ୟାରେଜ ଦେଇ 5 ଲକ୍ଷ 1 ହଜାର 348 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେହିପରି ଯୋବ୍ରା ବ୍ୟାରେଜ ଦେଇ 5 ଲକ୍ଷ 14 ହଜାର 31 କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ଉଲ୍ଲେଖଯୋଗ୍ୟ, ଓଡିଶାର 12 ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲୁଛି । ଘରଦ୍ବାର ସବୁଠୁ ବନ୍ୟାପାଣି ପଶିଥିବା ବେଳେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ରାଜ୍ୟର 4 ଲକ୍ଷ 67 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । 64 ବ୍ଲକର 1757 ଗ୍ରାମ ବନ୍ୟାରେ ଉବୁଟୁବୁ ହୋଇଛି । ଆଜି ବର୍ଷା ନେଇ ସମସ୍ତ ଜିଲ୍ଳାପାଳଙ୍କୁ ସତର୍କ କରାଯାଇଛି । ସ୍ଥାନ୍ତାନ୍ତରଣ ପାଇଁ ଅଧିକ ଗୁରୁତ୍ଵ ଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details