ଓଡିଶା

odisha

By

Published : Dec 7, 2020, 8:40 PM IST

ETV Bharat / city

ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ସମ୍ବିତ ପାତ୍ର: ମୋକିମ

ପରୀ ହତ୍ୟାକାଣ୍ଡ ଘଟଣାରେ କଂଗ୍ରେସ ବିଧାୟକମାନଙ୍କ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ ଦେବା ଘଟଣା । ସମ୍ବିତ ପାତ୍ର ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ କହିଲେ ମୋକିମ । ଅଧିକ ପଢନ୍ତୁ...

mokim reaction on bjp leader sambit patra
ସମ୍ବିତ ପାତ୍ର ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ : ମୋକିମ

କଟକ: ପରୀ ହତ୍ୟାକାଣ୍ଡ ଘଟଣାରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ନଅ ଜଣ କଂଗ୍ରେସ ବିଧାୟକମାନଙ୍କ ବିରୁଦ୍ଧରେ ଯେଉଁଭଳି ଅରୁଚିକର ମନ୍ତବ୍ୟ ଦେବା । ଏହାସହ ରାହୁଲ ଗାନ୍ଧୀଙ୍କୁ ଏହି ଘଟଣାକୁ ଟାଣିବା ନେଇ ମୁହଁ ଖୋଲିଛନ୍ତି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ । ଏହା ସମ୍ବିତଙ୍କର ହିନମନ୍ୟତା ଓ ନୀଚମନାର ପରିଚୟ ଦେଇଛି ବୋଲି ମୋକିମ ବିଷୋଧାଗାର କରିଛନ୍ତି ।

ସମ୍ବିତ ପାତ୍ର ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ : ମୋକିମ

ଏହାସହ ସୁପ୍ରିମକୋର୍ଟ ଓକିଲ ଶାଶ୍ବତ ସିଂଙ୍କ ଜରିଆରେ ସମ୍ବିତ ପାତ୍ରଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି ମହମ୍ମଦ ମୋକିମ । ଶସ୍ତା ଲୋକପ୍ରିୟତା ପାଇଁ କଂଗ୍ରେସ ବିଧାୟକ ମାନଙ୍କ ପ୍ରତି ପରୀ ଘଟଣାରେ ପଇସା ଖାଇବା ତଥା ଅଶାଳୀନ ଆକ୍ଷେପ କରିବା ତାଙ୍କର ଦୁର୍ବଳ ଓ ହତାଶ ମାନସିକତାର ପରିଚୟ ଦେଇଛି । ଏହି ଘଟଣାରେ ବିଧାୟକ ମୋକିମଙ୍କ ପ୍ରତିଷ୍ଠା ଓ ମାନ ସମ୍ମାନରେ ଅଶେଷ କ୍ଷତି ଘଟାଇଛି । ଐତିହାସିକ କଟକ ସହରର ଲୋକ ପ୍ରତିନିଧି ଭାବେ ତାଙ୍କ ପ୍ରତି ଏହି ଅଶାଳୀନ ଟିପ୍ପଣୀ ପରୋକ୍ଷରେ କଟକ ସହରବାସୀଙ୍କ ସ୍ଵାଭିମାନକୁ ଉପହାସ କରିବା ଏବଂ ରାଜ୍ୟର ଅଗଣିତ କଂଗ୍ରେସ କର୍ମୀଙ୍କ ମନରେ ଯେଉଁ ବ୍ୟଥା ସୃଷ୍ଟି ହୋଇଛି ସେଥିପାଇଁ ତୁରନ୍ତ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଯୋଡ ହସ୍ତରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ମୋକିମ ଦାବି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details