ଓଡିଶା

odisha

ETV Bharat / city

ଅଗ୍ନିକାଣ୍ଡକୁ ନେଇ ସିଏମସିର ମକଡ୍ରିଲ - Mock drill in Cuttack

ସିଏମସି ପକ୍ଷରୁ ମକଡ୍ରିଲ ଆୟୋଜିତ । କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଲେ କିଭଳି ପଦକ୍ଷେପ ନିଆଯିବ ସେନେଇ ପ୍ରଶିକ୍ଷଣ ଦିଆଯାଇଛି ।

Mock drill by CMC
ସିଏମସିରେ ମକ ଡ୍ରିଲ

By

Published : Dec 13, 2019, 6:06 PM IST

Updated : Dec 13, 2019, 6:27 PM IST

କଟକ: କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଲେ କ'ଣ ରହିବ ପ୍ରାଥମିକ ପଦକ୍ଷେପ ? କିପରି ନିଆଁକୁ କରାଯିବ ଆୟତ୍ତ ? ଏନେଇ କଟକ ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଯାଇଛି ମକଡ୍ରିଲ କାର୍ଯ୍ୟକ୍ରମ । ସିଏମସି ଓ ୟୁଏନଡିପି (ୟୁନିଆଇଟେଡ ନେସନ ଡେଭଲପମେଣ୍ଟ ପ୍ରୋଗ୍ରାମ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ସିଏମସିରେ ମକ ଡ୍ରିଲ

ଅଗ୍ନିଶମବାହିନୀ, ଓଡ୍ରାଫ ଟିମ ମକଡ୍ରିଲ ମାଧ୍ୟମରେ ଦେଖାଇଥିଲେ କିପରି ନିଆଁ ଲାଗିଥିଲେ ତାକୁ ସଙ୍ଗେସଙ୍ଗେ ଲିଭାଯିବ । ଏଥିସହ ଲୋକଙ୍କୁ ବିପଦରୁ ସୁରକ୍ଷିତ ଉଦ୍ଧାର କରାଯିବ । ଏପରିକି ଆହତ ଲୋକଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇବ ସେନେଇ ସିଏମସି ପକ୍ଷରୁ ମକଡ୍ରିଲ କରାଯାଇଛି । ସହରର 4ଟି ସ୍ଥାନରେ ଏହା ଆୟୋଜନ କରାଯାଇଥିଲା ।

ଏତତ୍‌ ବ୍ୟତୀତ ପ୍ରାକୃତିକ ଦୁର୍ବିପାକ ସମୟରେ କିପରି ଲୋକଙ୍କୁ ଉଦ୍ଧାର କରାଯାଇ ପାରିବ ସେନେଇ ପଟ୍ଟାପୋଲ ଓ କାଠଯୋଡି ବିହାରରେ ତଳିଆ ଅଞ୍ଚଳରେ ଡ୍ରିଲ କରାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 13, 2019, 6:27 PM IST

ABOUT THE AUTHOR

...view details