କଟକ: ଯେକୌଣସି ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ କଟକ ରେଳ ଷ୍ଟେସନରେ ମକଡ୍ରିଲ (mock drill at cuttack railway station ) । ମିଛିମିଛିକା ଆତଙ୍କବାଦୀ । ସତ ପୋଲିସ ଓ ଅପରେସନ ଟିମ । ରେଳ ଷ୍ଟେସନରେ ଯଦି ଆତଙ୍କବାଦୀ ଆକ୍ରମଣ ହୁଏ ? ତାହା ହେଲେ କେମିତି ହେବ ଅପରେସନ ସେନେଇ ଚାଲିଛି ଅଭ୍ୟାସ ।
ଏନେଇ ଆଜି( ମଙ୍ଗଳବାର) କଟକ ରେଳ ଷ୍ଟେସନ ରେଳ ସୁରକ୍ଷା ବଳ ( Railway Protection Force) ଜିଆରପି (Government Railway Police) ଏସଓଜି କମାଣ୍ଡୋ (Special Operations Group) , ବମ ସ୍କ୍ବାର୍ଡ (bomb squad) ଓ କମିଶନରେଟ ପୋଲିସ (Commissionerate of Police)ର ମିଳିତ ସହଯୋଗରେ ଏହି ମକ ଡ୍ରିଲ (Mock Drill) ହୋଇଥିଲା ।