ଓଡିଶା

odisha

ETV Bharat / city

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

MLA Pradeep Panigrahi was granted  bail
ପ୍ରଦୀପ ପାଣିଗ୍ରାହୀ ଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

By

Published : Jun 1, 2021, 7:30 AM IST

Updated : Jun 1, 2021, 7:49 AM IST

07:25 June 01

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ:  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ତିନୋଟି ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ । ଗଣମାଧ୍ୟମରେ ବିବୃତ୍ତି ନ ଦେବା ଓ 2 ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ମିଳିଲା ଜାମିନ ।  

ତେବେ ହାଇକୋର୍ଟ 3ଟି ମାମଲାରେ ଜାମିନ ଦେବା ପରେ ମଧ୍ୟ ଜେଲରେ ରହିବେ ପ୍ରଦୀପ  ପାଣିଗ୍ରାହୀ । 2 ଟି ମାମଲା ବିଚାରଧୀନ ଥିବାରୁ ତାଙ୍କୁ ଜେଲରେ ରହିବାକୁ ପଡିବ । ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଦାୟର ଏକ ମାମଲାରେ ଜାମିନ ପାଇସାରିଥିଲେ ପ୍ରଦୀପ ।  

ପ୍ରକାଶଥାଉକି, ଟାଟାରେ ଚାକିରୀ କରାଇଦେବା ଆଳରେ ଲୋକଙ୍କଠାରୁ ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିଲେ ପ୍ରଦୀପ । ତାଙ୍କ ବିରୋଧରେ ମୋଟ୍ 6ଟି ମାମଲା ରୁଜୁ ହୋଇଥିଲା । ସେଥିମଧ୍ୟରୁ ଏପର୍ଯ୍ୟନ୍ତ 4ଟିରେ ଜାମିନ ଦିଆଯାଇଛି । ଆଉ 2ଟି ମାମଲା ଏବେ ବି ବିଚାରଧୀନ ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ 

Last Updated : Jun 1, 2021, 7:49 AM IST

ABOUT THE AUTHOR

...view details