କଟକ:ମାତିଛନ୍ତି ଲୁଟେରା । କଟକ ଚୌଦ୍ବାର ବାଣୀପଦାଠାରେ ଥିବା ଇଣ୍ଡିଆନ ବ୍ୟାଙ୍କରୁ ଡକାୟତି ଉଦ୍ୟମ ହୋଇଛି । ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବ୍ୟାଙ୍ଗ ଭିତରେ ପଶିଥିଲେ । ବ୍ୟାଙ୍କରେ ଲାଗିଥିବା ଇନଭଟର ସହ ସିସିଟିଭ ହାର୍ଡଡିସ୍କକୁ ଚୋରି କରି ନେଇଥିବା ଜଣାପଡ଼ିଛି । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।
ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମ କିମ୍ବା ଷ୍ଟ୍ରଙ୍ଗ ଭିତରେ ଥିବା ଲକର ସୁରକ୍ଷିତ ଥିବା ଜଣାପଡ଼ିଛି । ଖବରପାଇ ଚୌଦ୍ବାର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଅନୁସନ୍ଧାନ ଆରମ୍ଭ କରିଛି । ତେବେ ଦୁର୍ବୃତ୍ତମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ସନ୍ଦେହ କରୁଛି ପୋଲିସ । ବଡ ଧରଣର ଡକାୟତି ହୋଇ ନଥିଲେ ବି ପୋଲିସ ଏହାକୁ ଖାମ ଖିଆଲିରେ ନେଇ ନାହିଁ । କେଉଁ ପରିସ୍ଥିତିରେ ବ୍ୟାଙ୍କ ଭିତରେ ଲୁଟେରା ପଶିଲେ ଡକାୟତି ଯୋଜନାକୁ କିପରି ସଫଳ କରିବାକୁ ଚେଷ୍ଟା କରୁଥିଲେ ତାର କାରଣ ଖୋଜୁଛି ପୋଲିସ । ବ୍ୟାଙ୍କରେ ଲାଗିଥିବା କ୍ୟାମେରାରୁ ପୋଲିସ ହାତରେ କିଛି ତଥ୍ୟ ଲାଗିପାରେ ।