ଓଡିଶା

odisha

ETV Bharat / city

ନାବାଳିକା ଗଣ ଦୁଷ୍କର୍ମ ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପ୍ରାର୍ଥନା - ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପ୍ରାର୍ଥନା

ଭୁବନେଶ୍ବର ନାବାଳିକା ଗଣ ଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ସହ ନାବାଳିକାକୁ କ୍ଷତିପୂରଣ ଦେବା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି । ଅଧିକ ପଢ଼ନ୍ତୁ...

Minor Girl rape case in bhubaneswar, appeal for CBI inquiry in HighCourt, ନାବାଳିକା ଗଣ ଦୁଷ୍କର୍ମ ମାମଲା, ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପ୍ରାର୍ଥନା, ରାଜଧାନୀରେ ଦୁଷ୍କର୍ମ
ନାବାଳିକା ଗଣ ଦୁଷ୍କର୍ମ ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପ୍ରାର୍ଥନା

By

Published : Sep 16, 2020, 1:48 PM IST

କଟକ:ରାଜଧାନୀରେ 13 ବର୍ଷର ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ପୀଡିତାଙ୍କୁ 30 ଲକ୍ଷ ଟଙ୍କାର କ୍ଷତି ପୂରଣ ପାଇଁ ମଧ୍ୟ କରାଯାଇଛି ପ୍ରାର୍ଥନା।

ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଛି। କେନ୍ଦ୍ର ଗୃହ ସଚିବ, ମୁଖ୍ୟ ଶାସନ ସଚିବ ଓଡ଼ିଶା, ଗୃହ ସଚିବ ଓଡ଼ିଶା, ଡିଜିପି ଓଡ଼ିଶା, କମିସନର ପୋଲିସ ଭୁବନେଶ୍ବର, ଡେପୁଟି କମିଶନର ଭୁବନେଶ୍ବର ଓ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଟି ସଚିବଙ୍କୁ ପକ୍ଷ ଭୁକ୍ତ କରାଯାଇଛି।

ନାବାଳିକା ଗଣ ଦୁଷ୍କର୍ମ ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପ୍ରାର୍ଥନା

ସୂଚନା ଯୋଗ୍ୟ ଯେ ରାଜଧାନୀର ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ନିର୍ଯାତନାର ଶିକାର ପରେ ଚୁପ ନାବାଳିକା ଶେଷରେ ପରିବାର ସମ୍ମୁଖରେ ମୁହଁ ଖୋଲିଥିଲେ । ଏନେଇ ନାବାଳିକାଙ୍କ ମା' ମହିଳା ଥାନାରେ ଗତ ଅଗଷ୍ଟ ୩୦ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଗତ ମାର୍ଚ୍ଚ ଏବଂ ଏପ୍ରିଲ ମାସ ମଧ୍ୟରେ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମକାରୀ ଗଣଦୁଷ୍କର୍ମ କରିଥିବା ସେ ଉଲ୍ଲେଖ କରିଛନ୍ତି । ଏଥିରେ 2 ଜଣ ପୋଲିସ କର୍ମଚାରୀଙ୍କ ସହ ବୈଦ୍ୟୁତିକ ଗଣମାଧ୍ୟମର 2 ଜଣ ସମ୍ପୃକ୍ତ ଥିବା ସେ କହିଛନ୍ତି । ଅଭିଯୋଗ ପରେ ଏହା ମାମଲାର ତଦନ୍ତ ପିଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।

ନାବାଳିକା ଗଣ ଦୁଷ୍କର୍ମ ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପ୍ରାର୍ଥନା

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details