କଟକ: ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣାରେ କଟକ ବଡମେଡିକାଲରେ 21 ଜଣ ଭର୍ତ୍ତି । ସେଥିମଧ୍ୟରୁ 6ରୁ ଅଧିକ ଗୁରୁତର ଥିବା ସୂଚନା । ସେପଟେ ଆହତଙ୍କୁ ଭେଟିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓ କଟକ ଜିଲ୍ଲାପାଳ ।
ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣା; ଏସସିବିରେ 21 ଆହତ ଭର୍ତ୍ତି, ଭେଟିଲେ ନଗର ଉନ୍ନୟନ ମନ୍ତ୍ରୀ ଆହତଙ୍କୁ ଭେଟିବା ପରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରେଳ ବିଭାଗର ଦାୟିତ୍ବ ହୀନତା ଉପରେ ପ୍ରଶ୍ନ ଉଠାଇଲେ ମନ୍ତ୍ରୀ । ଅନ୍ୟପଟେ ଜିଲ୍ଲାପାଳ ମଧ୍ୟ ଆହତଙ୍କର ଚିକିତ୍ସା ଠିକ୍ଠାକ୍ ହେଉଥିବା କହିଛନ୍ତି ।
ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣା; ଏସସିବିରେ 21 ଆହତ ଭର୍ତ୍ତି, ଭେଟିଲେ ନଗର ଉନ୍ନୟନ ମନ୍ତ୍ରୀ ସୂଚନାଥାଉକି, କଟକର ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ମୁମ୍ବାଇ-ଭୁବନେଶ୍ବର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନରେ ଏକ ମାଲବାହୀ ଟ୍ରେନ ସହ ଧକ୍କା ଦେବାକୁ ଅନେକ ଆହତ ହୋଇଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ