ଓଡିଶା

odisha

ETV Bharat / city

ସୈନିକଙ୍କୁ ଜମି ନାଁରେ ଠକେଇ; 2 ଅଭିଯୁକ୍ତଙ୍କୁ 5 ବର୍ଷ ଜେଲ୍, 1 ଲକ୍ଷ ଲେଖାଏଁ ଜୋରିମାନା - 2 ଅଭିଯୁକ୍ତଙ୍କୁ 5 ବର୍ଷ କାରାଦଣ୍ଡ

ସୈନିକମାନଙ୍କୁ ଜମି ଯୋଗାଇବା ନାଁରେ ଠକେଇ ଘଟଣାରେ ଅଭିଯୁକ୍ତ ରାକେଶ ରାଣା ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଉଭୟଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଲେଖାଏଁ ଜୋରିମାନା ଶୁଣାଇଛନ୍ତି କଟକ ସ୍ବତନ୍ତ୍ର OPID କୋର୍ଟ । ଅଧିକ ପଢନ୍ତୁ...

ସୈନିକ ଜମି ଠକେଇ ମାମଲା, 2 ଅଭିଯୁକ୍ତଙ୍କୁ 5 ବର୍ଷ କାରାଦଣ୍ଡ, 1 ଲକ୍ଷ ଲେଖାଏଁ ଜୋରିମାନା
ସୈନିକ ଜମି ଠକେଇ ମାମଲା, 2 ଅଭିଯୁକ୍ତଙ୍କୁ 5 ବର୍ଷ କାରାଦଣ୍ଡ, 1 ଲକ୍ଷ ଲେଖାଏଁ ଜୋରିମାନା

By

Published : Aug 27, 2021, 5:02 PM IST

କଟକ: ସୈନିକ ମାନଙ୍କୁ ବାସୋପଯୋଗୀ ଜମି ଯୋଗାଇବା ନାମରେ ଠକେଇ ଘଟଣାରେ ଅଭିଯୁକ୍ତ ରାକେଶ ରାଣା ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଉଭୟଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଲେଖାଏଁ ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ନଦେଲେ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କହିଛନ୍ତି କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟ ।

ସୈନିକ ଜମି ଠକେଇ ମାମଲା, 2 ଅଭିଯୁକ୍ତଙ୍କୁ 5 ବର୍ଷ କାରାଦଣ୍ଡ, 1 ଲକ୍ଷ ଲେଖାଏଁ ଜୋରିମାନା

‘‘ସୈନିକ ୱେଲଫେୟାର ଅର୍ଗାନାଇଜେସନ ଅଫ ଇଣ୍ଡିଆ’’ ଖୋଲାଖୋଲି ଏହି ଠକେଇ କରିଥିଲେ ଉଭୟ । ବୃକସନ ଇନଫ୍ରା ପ୍ରାଇଭେଟ ଲିମିଟେଡ଼ ଜରିଆରେ ଜମି ଦେବେ ବୋଲି କହିଥିଲେ । ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ମୋଟ ୨୯ କୋଟି ଠକେଇ କରିଥିଲେ । ଠକେଇରେ ଜଡିତ ଥିବା ଦୁଇ ସଂସ୍ଥାକୁ ୨ ଲକ୍ଷ ଲେଖାଏଁ ଜୋରିମାନା ଦେବାକୁ OPID କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉକି, ରାକେଶ କିଛି ଲୋକଙ୍କ ସହ ମିଶି ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଜମି ଯୋଗାଇବା ନାଁରେ ଜାଲ କାଗଜପତ୍ର କରି ଟଙ୍କା ହଡ଼ପ କରିଥିଲେ। ୧୦୦୦ରୁ ଊର୍ଦ୍ଧ୍ୱ ଅବସରପ୍ରାପ୍ତ ସେନା କର୍ମଚାରୀ ଏହି ଠକେଇର ଶିକାର ହୋଇଛନ୍ତି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିିଭି ଭାରତ

ABOUT THE AUTHOR

...view details