ଓଡିଶା

odisha

ETV Bharat / city

ଆଜି ମିହିରଙ୍କ ଶେଷକୃତ୍ୟ, ଦିଆଯିବ ଗାର୍ଡ ଅଫ୍‌ ଅନର

ଆଜି ସକାଳ ୮.୩୦ରେ ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଗାର୍ଡ ଅଫ ଅନର ସହ ମିହିର ଦାସଙ୍କ ଅନ୍ତିମ ସଂସ୍କାର କରାଯିବ । ଅଧିକ ପଢ଼ନ୍ତୁ

mihir das last ritual to be at cuttack with guard of honor
କାଲି ଅନ୍ତିମ ସଂସ୍କାର, ମିହିର ଦାସଙ୍କୁ ଦିଆଯିବ ଗାର୍ଡ ଅଫ୍‌ ଅନର

By

Published : Jan 11, 2022, 8:28 PM IST

Updated : Jan 12, 2022, 7:13 AM IST

କଟକ: ଆଜି ସକାଳ ୮.୩୦ରେ ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଗାର୍ଡ ଅଫ ଅନର ସହ ମିହିର ଦାସଙ୍କ ଅନ୍ତିମ ସଂସ୍କାର କରାଯିବ । ସିଡିଏ ସେକ୍ଟର ୮ ସ୍ଥିତ ତାଙ୍କ ବାସ ଭବନରୁ କୋଭିଡ ଗାଇଡଲାଇନ ଅନୁଯାୟୀ ଶୋଭାଯାତ୍ରା ବାହାରି ସତିଚୌରା ଶ୍ମଶାନରେ ମିହିର ଦାସଙ୍କ ଅନ୍ତିମ ସଂସ୍କାର କରାଯିବ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି 63 ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଭେଟେରାନ କଳାକାର ମିହିର ଦାସଙ୍କ ପରଲୋକ ଘଟିଛି ।

କାଲି ଅନ୍ତିମ ସଂସ୍କାର, ମିହିର ଦାସଙ୍କୁ ଦିଆଯିବ ଗାର୍ଡ ଅଫ୍‌ ଅନର

ଭେଟାରନ ଅଭିନେତା ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡି଼ଥିଲା । ଏଥିପାଇଁ ଦୀର୍ଘ ଦିନ ହେଲା ସେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ସେ ଚିକିତ୍ସିତ ହେଉଥିଲେ । ତେବେ ମଙ୍ଗଳବାର ଅପରାହ୍ଣରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ଓଲିଉଡ ଫିଲ୍ମରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ । ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ।

ମିହିର ଦାସଙ୍କ ବିୟୋଗ ପରେ ତାଙ୍କ ଶେଷ ଦର୍ଶନ ଅନେକ ଅଭିନେତା ହସ୍ପିଟାଲରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ଲକ୍ଷ୍ମୀ ପ୍ରତିମା ଚଳଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଥିଲେ ମିହିର ଦାସ । ତେବେ ଆଜି ସକାଳ ୮.୩୦ରେ ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 12, 2022, 7:13 AM IST

ABOUT THE AUTHOR

...view details