କଟକ:ଭାଇଚାରାର ସହର କଟକରେ ପାଳନ ହୋଇଛି ରକ୍ଷା ବନ୍ଧନ ପର୍ବ। ଭାଇ ହାତରେ ରାକ୍ଷୀ ବାନ୍ଧିଛି ଭଉଣୀ । ହେଲେ ଏହି ଅବସରେର ପୋଲିସ ଅଧିକାରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଅନେକ ସାମାଜିକ ସଙ୍ଗଠନ । କୋଭିଡ ସମୟରେ ନିଜ ଘର ଓ ପରିବାର ଲୋକଙ୍କ କଥା ଭୁଲି ଦାୟିତ୍ୱରେ ସର୍ବଦା ରହିଥିବା ହେତୁ ସେମାନଙ୍କ ହାତରେ ରକ୍ଷୀ ବାନ୍ଧି ଶୁଭ ମନାଷିଛନ୍ତି ।
ପୋଲିସଙ୍କୁ ରାକ୍ଷୀ ବାନ୍ଧିଲେ ସାମାଜିକ ସଂଗଠନର ସଦସ୍ୟା
ଭାଇଚାରାର ସହର କଟକରେ ପାଳନ ହୋଇଛି ରକ୍ଷା ବନ୍ଧନ ପର୍ବ। ପୋଲିସ ଓ ଟ୍ରାଫିକ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧିଲେ ବିଭିନ୍ନ ସଂଗଠନର ସଦସ୍ୟା । ଅଧିକ ପଢନ୍ତୁ...
ପୋଲିସ ବାବୁଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସାମାଜିକ ସଂଗଠନର ସଦସ୍ୟା
ସେମାନଙ୍କର ପରିବାରର ଦୁଃଖକୁ ହାଲକା କରିଛନ୍ତି ସାମାଜିକ ସଙ୍ଗଠନ। ଥାନାରୁ ଥାନା ବୁଲି ଓ ରାସ୍ତାରେ କାର୍ଯ୍ୟରତ ପୋଲିସ ଓ ଟ୍ରାଫିକ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧି ଆଜିର ଦିନର ମହତ୍ୱକୁ ଦୁଇଗୁଣିତ କରିଛନ୍ତି ସାମାଜିକ ସଙ୍ଗଠନ।
କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ