କଟକ:କଟକବାସୀ, ଆଠଗଡ଼ ଏବଂ ବାଙ୍କୀ ବାସୀଙ୍କ ପାଇଁ ଖୁସି ଖବର । ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ କ୍ୟାବିନେଟରେ ବାଜିଲା ମୋହର । 275 କୋଟି ୩୨ ଲକ୍ଷ ୮୩ ହଜାର ୯୬୦ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ମେଗା ପାନୀୟ ଜଳ ପ୍ରକଳ୍ପ । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ସହ ଏହି ପ୍ରକଳ୍ପ ଉପରେ ମୋହର ଲଗାଇଥିଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ।
କଟକରେ ହେବ ମେଗା ପାନୀୟ ଜଳ ପ୍ରକଳ୍ପ, କ୍ୟାବିନେଟରେ ବାଜିଲା ମୋହର - odisha cm
ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ କ୍ୟାବିନେଟରେ ବାଜିଲା ମୋହର । କଟକରେ ହେବ 275 କୋଟି ୩୨ ଲକ୍ଷ ୮୩ ହଜାର ୯୬୦ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ। ଅଧିକ ପଢନ୍ତୁ...
କଟକରେ ହେବ ମେଗା ପାନୀୟ ଜଳ ପ୍ରକଳ୍ପ, କ୍ୟାବିନେଟରେ ବାଜିଲା ମୋହର
କଟକରେ ହେବ ମେଗା ପାନୀୟ ଜଳ ପ୍ରକଳ୍ପ, କ୍ୟାବିନେଟରେ ବାଜିଲା ମୋହର
ବାଙ୍କୀ ଆଠଗଡ଼ ଓ କଖଡୀରେ ଥିବା ପ୍ରାୟ 262ରୁ ଉର୍ଦ୍ଧ୍ବ ଗ୍ରାମରେ ରହୁଥିବା 4ଲକ୍ଷ 20 ହଜାର ଲୋକ ଏହି ପ୍ରକଳ୍ପରେ ଉପକୃତ ହେବେ । ଆଗାମୀ ତିନି ବର୍ଷ ଭିତରେ ସମସ୍ତଙ୍କ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚବା ପାଇଁ ଲକ୍ଷ ରଖା ଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଏହି ପ୍ରକଳ୍ପ ହେଳେ ୨୦୫୩ ମସିହା ପର୍ଯ୍ୟନ୍ତ ପାନୀୟ ଜଳର ସମସ୍ୟା ଦେଖାଯିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ , ଇଟିଭି ଭାରତ
Last Updated : Jul 18, 2021, 10:46 AM IST