କଟକ: ହାଇକୋର୍ଟ ଲାଇଭ ଷ୍ଟ୍ରିମିଙ୍ଗକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ ପ୍ରସଙ୍ଗରେ ଆଜି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହେବା ସହ ଆସନ୍ତା ୬ ତାରିଖରେ ବାର-ବେଞ୍ଚ ବୈଠକରେ ଏହି ସମ୍ପର୍କରେ ଆଲୋଚନା କରାଯିବ । ୯ ତାରିଖରେ ହାଇକୋର୍ଟ ବାର ଆସୋସିଏସନ ଆଉ ଏକ ବୈଠକ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିକୁ ନିଷ୍ପତ୍ତି ହୋଇଛି।
ହାଇକୋର୍ଟର ଲାଇଭ ଷ୍ଟ୍ରିମିଂ ପ୍ରକ୍ରିୟାକୁ ନେଇ ପୁଣି ବୈଠକ - ବାର ଆସୋସିଏସନର ବୈଠକ
ହାଇକୋର୍ଟ ଲାଇଭ ଷ୍ଟ୍ରିମିଂକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ ପ୍ରସଙ୍ଗରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିକ ପଢନ୍ତୁ...
ହାଇକୋର୍ଟର ଲାଇଭ ଷ୍ଟ୍ରିମିଙ୍ଗ ପ୍ରକ୍ରିୟାକୁ ନେଇ ବାର ଆସୋସିଏସନର ବୈଠକ
ହାଇକୋର୍ଟର ଲାଇଭ ଷ୍ଟ୍ରିମିଙ୍ଗ ପ୍ରକ୍ରିୟାକୁ ନେଇ ବାର ଆସୋସିଏସନର ବୈଠକ
ଏହା ସହିତ 9 ତାରିଖ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ବର୍ଜନ କରିବାକୁ ନିଷ୍ପତ୍ତି କରିଛି ବାର ଆସୋସିଏସନ। ଲାଇଭ ଷ୍ଟ୍ରିମିଂ ରୁଲ ୨୦୨୧ ଲାଗୁ ପୂର୍ବରୁ ବାର ସହ ଆଲୋଚନା କରାଯାଇ ନାହିଁ। ପରବର୍ତ୍ତୀ ବୈଠକରେ ନିଆଯିବ ପରବର୍ତ୍ତୀ କାର୍ଯ୍ୟପନ୍ଥା। ତେବେ ବାରର ନିଷ୍ପତ୍ତି ସତ୍ତ୍ୱେ ମୁଖ୍ୟ ବିଚାରପତି କୋର୍ଟରେ ମାମଲା ପରିଚାଳନା କରିଥିବା 30ରୁ ଉର୍ଦ୍ଧ୍ବ ଆଇନଜୀବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାର ପକ୍ଷରୁ କୁହାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ