ଓଡିଶା

odisha

ETV Bharat / city

ଆୟୁଷ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପ୍ସନରେ ହେବ ନାହିଁ ଔଷଧ ବିତରଣ - ହାଇକୋର୍ଟରେ ଆୟୁଷ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ

ଏଣିକି ଆୟୁଷ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନ ନଥିଲେ ଅନ୍ୟ କେହି ରୋଗୀଙ୍କୁ ଔଷଧ ବିତରଣ କରି ପାରିବେ ନାହିଁ । ରବିବାର ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ayush doctors prescription, no medicines without ayush doctors prescription, ayush directorates direction, cuttack latest news, ଆୟୁଷ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନ, ବିନା ଆୟୁଷ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନରେ ମିଳିବନି ଔଷଧ, ହାଇକୋର୍ଟରେ ଆୟୁଷ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ, କଟକ ଲାଟେଷ୍ଟ ନ୍ୟୁଜ୍‌
ଆୟୁଷ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପ୍ସନରେ ହେବ ନାହିଁ ଔଷଧ ବିତରଣ

By

Published : Jun 14, 2020, 9:04 PM IST

କଟକ: ଏଣିକି ଆୟୁଷ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନ ନଥିଲେ ଅନ୍ୟ କେହି ରୋଗୀଙ୍କୁ ଔଷଧ ବିତରଣ କରି ପାରିବେ ନାହିଁ । ରବିବାର ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟରେ କୋଭିଡ ମୁକାବିଲା ପାଇଁ 267 ଜଣ ଆୟୁଷ ଡାକ୍ତରଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ଥିବା ଆୟୁର୍ବେଦିକ ଔଷଧ ବିତରଣରେ ସମସ୍ୟା ସୃଷ୍ଟି ହୋଇଛି । ଏଥିପାଇଁ ଆୟୁଷ ହସ୍ପିଟାଲମାନଙ୍କରେ ଥିବା ଆୟୁଷ ସହାୟକ ଓ ନାଇଟ ୱାଚମ୍ୟାନଙ୍କ ଜରିଆରେ ଔଷଧ ବିତରଣ କରିବା ପାଇଁ ଗତ ମେ’ 27 ତାରିଖରେ ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦ୍ଦେଶାଳୟରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଓଡିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଓଡିଶା ଆୟୁର୍ବେଦିକ କଂଗ୍ରେସ ପକ୍ଷରୁ ରୁଜୁ କରାଯାଇଥିଲା । ମାମଲାର ଶୁଣାଣି କରି ଆୟୁଷ ନିର୍ଦ୍ଦେଶାଳୟ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ଏନେଇ ଆୟୁଷ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପ୍ସନରେ ଏହି ସହାୟକ ଓ ନାଇଟ ୱାଚମ୍ୟାନମାନେ ରୋଗୀଙ୍କୁ ଔଷଧ ବିତରଣ କରି ପାରିବେ ନାହିଁ ବୋଲି ହାଇକୋର୍ଟ ନିଜ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।

ମାମଲାର ପ୍ରତିପକ୍ଷ ଆୟୁଷ ନିର୍ଦ୍ଦେଶାଳୟ ଓ ସ୍ବାସ୍ଥ୍ୟ ସଚିବ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆସନ୍ତା ଜୁନ 30 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details