କଟକ: ବୋର୍ଡ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ପରେ ମଧ୍ୟ ମାଟ୍ରିକ ପରୀକ୍ଷା ଫଳକୁ କେନ୍ଦ୍ର କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦୂର ହୋଇନାହିଁ । ଫଳାଫଳ ବାହାରିବାର 5 ଦିନ ବିତିଥିଲେ ମଧ୍ୟ ମେଧାବୀ ଛାତ୍ରଛାତ୍ରୀ ଏ ପର୍ଯ୍ୟନ୍ତ ସେମାନଙ୍କୁ ମିଳିଥିବା ମାର୍କକୁ ଗ୍ରହଣ କରି ପାରୁନାହାନ୍ତି । ଏ ସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି ଅଭିଭାବକ ।
ମାଟ୍ରିକ ଫଳାଫଳ ବିବାଦ, ହାଇକୋର୍ଟରେ ଦ୍ୱାରସ୍ଥ ହେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ - matric results case in hc
ମାଟ୍ରିକ ରେଜଲ୍ଟକୁ ନେଇ ଏବେ ବି ଲାଗି ରହିଛି ଅସନ୍ତୋଷ । ଛାତ୍ରଛାତ୍ରୀ ବୋର୍ଡ ପକ୍ଷରୁ ମିଳିଥିବା ମାର୍କକୁ ଗ୍ରହଣ କରିପାରୁ ନାହାଁନ୍ତି । ସେପଟେ ବୋର୍ଡ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାନାମାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହେବାକୁ ପ୍ରସ୍ତୁତ ହେଉଛନ୍ତି ଅଭିଭାବକ । ଅଧିକ ପଢନ୍ତୁ...
ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନକୁ ଇତି ମଧ୍ୟରେ 5 ଦିନ ବିତିଲାଣି । କିନ୍ତୁ ପରୀକ୍ଷା ଫଳକୁ କେନ୍ଦ୍ରକରି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କର ଅସନ୍ତୋଷ ଯେମିତିକୁ ସେମିତି ରହିଛି । ଗତ ଦୁଇ ଦିନ ତଳେ କଟକ ବୋର୍ଡ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ବାପାମାଙ୍କ ଭିଡ଼ ଆଜି ନଥିଲା ସତ । ହେଲେ ଆଜି ବି ଅନେକ ବାପାମାଆ ସେମାନଙ୍କ ପିଲାଙ୍କ ସ୍କୁଲ ପାଠ ପଢାର ପ୍ରମାଣ ପତ୍ରଗୁଡ଼ିକ ଧରି ବୋର୍ଡ କାର୍ଯ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଛି । ହେଲେ ସେଠାରେ ସେମାନଙ୍କ ଅଭିଯୋଗର ନିରାକରଣ ନ ହୋଇ ପାରିବାରୁ ସେମାନେ ନିରାଶ ହୋଇ ଫେରି ଯାଇଥିଲେ । ତେବେ ବୋର୍ଡ କାର୍ଯ୍ୟାଳୟକୁ ଆସିଥିବା ଅନେକ ଅଭିଭାବକ ଏହି ଫଳାଫଳ ବିରୁଦ୍ଧରେ ହାଇକୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ