ଓଡିଶା

odisha

ETV Bharat / city

ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷାଫଳ, ପାସହାର ୮୦.୮୩% - ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷାଫଳ, ଆଗରେ ଛାତ୍ର

ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷାଫଳ
ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷାଫଳ

By

Published : Aug 24, 2021, 3:43 PM IST

Updated : Aug 24, 2021, 8:28 PM IST

15:39 August 24

ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷାଫଳ, ଆଗରେ ଛାତ୍ର

ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷାଫଳ, ଆଗରେ ଛାତ୍ର

କଟକ: ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ଅଫଲାଇନ ପରୀକ୍ଷାଫଳ। ୮୦.୮୩ ପ୍ରତିଶତ ପରୀକ୍ଷାର୍ଥୀ ପାସ ହୋଇଛନ୍ତି। ତେବେ ଆସନ୍ତା ସେପ୍ଟେମ୍ବର ୮ ସୁଧା ପରୀକ୍ଷା ଫଳର ରି ଚେକିଂ କରିବା ପାଇଁ ଆବେଦନ କରି ପାରିବେ ବୋଲି ସୂଚନା ବୋର୍ଡ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପରୀକ୍ଷା ଫଳରେ ୨୭୧ ଜଣ ପରୀକ୍ଷାର୍ଥୀଙ୍କ ପୂର୍ବ ପରୀକ୍ଷାରୁ ଅଧିକ ମାର୍କ ହାସଲ କରିଛନ୍ତି। ସେହିପରି ୪୫୯ ଜଣ ପରୀକ୍ଷାର୍ଥୀ ପୂର୍ବ ମାର୍କ ଠାରୁ କମ୍ ମାର୍କ ମିଳିଥିବା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବାଦ ବିବାଦ ଭିତରେ ଶେଷ ହୋଇଥିବା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳ ହାର ରହିଛି ୮୦.୮୩ ପ୍ରତିଶତ। ୬ ହଜାର ୬୨୦ ଜଣ ଅସନ୍ତୁଷ୍ଟ ପରିକ୍ଷାର୍ଥୀ ଆବେଦନ କରିଥିଲେ। ସେଥିରୁ ୫ ହଜାର ୨୩୩ ଜଣ ପାସ କରିଛନ୍ତି। ଯେଉଁଥିରେ ୩୧୦୦ ଛାତ୍ର ପାସ କରିଥିବା ବେଳେ ୨୧୩୩ ଜଣ ଛାତ୍ରୀ ପାସ କରିଛନ୍ତି। ଏ-୧ ରେ ୪୨, ଏ-୨ ରେ ୨୫୫, ବି-୧ ରେ ୩୪୮, ବି-୨ ରେ ୪୫୮ ଜଣ ପାସ କରିଛନ୍ତି। ଯେଉଁ ପରୀକ୍ଷାର୍ଥୀମାନେ ଗୋଟିଏ କି ଦୁଇଟି ବିଷୟରେ ପରୀକ୍ଷା ଦେଇ ଅନ୍ୟ ବିଷୟରେ ଅନୁପସ୍ଥିତ ଥିଲେ ସେମାନଙ୍କୁ ପୂର୍ବରୁ ମିଳିଥିବା ବିନା ପରୀକ୍ଷା ମାର୍କ ଆଧାର କରି ପାସ କରଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।ଏଥି ସହିତ ପରୀକ୍ଷାରେ ସମ୍ପୂର୍ଣ ଅନୁପସ୍ଥିତ ଥିବା1086 ବିଦ୍ୟାର୍ଥୀଙ୍କୁ ମଧ୍ୟ ପାସ କରାଯାଇଛି। ପରୀକ୍ଷା ଫଳରେ ୨୭୧ ଜଣ ପରୀକ୍ଷାର୍ଥୀଙ୍କ ପୂର୍ବ ପରୀକ୍ଷାରୁ ଅଧିକ ମାର୍କ ହାସଲ କରିଛନ୍ତି। ସେହିପରି ୪୫୯ ଜଣ ପରୀକ୍ଷାର୍ଥୀ ପୂର୍ବ ମାର୍କ ଠାରୁ କମ୍ ମାର୍କ ମିଳିଥିବା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କୋରୋନା ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ବାତିଲ କରିବା ପାଇଁ ବାଧ୍ୟ ହୋଇଥିଲା ମାଧ୍ୟମିକ ଶିକ୍ଷା ପରିଷଦ। ପରୀକ୍ଷାର୍ଥୀଙ୍କ ନବମ ଓ ଦଶମ ଶ୍ରେଣୀ ମାର୍କକୁ ଆଧାର କରି ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ମାତ୍ର ପରୀକ୍ଷା ଫଳକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ବଢିଥିଲା । ଏହା ପରେ ବୋର୍ଡ କର୍ତ୍ତୃପକ୍ଷ ଜୁଲାଇ ୩୦ ରେ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇଥିଲା। ଯେଉଁଥିରେ ରେଗୁଲାର, ମାଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ୧୫ ହଜାରରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ୫୦୪ ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ପରୀକ୍ଷାର୍ଥୀ। ଅଗଷ୍ଟ ୧୨ ତାରିଖରୁ ୪ ଦିନ ଧରି ରାଜ୍ୟର ୭ ଜିଲ୍ଲାର ୯ ଟି ମୂଲ୍ୟାୟନ କେନ୍ଦ୍ରରେ ୧୫୦୦ ପରୀକ୍ଷକ ଖାତା ମୂଲ୍ୟାୟନ କରିଥିଲେ। ପରୀକ୍ଷା ସମୟରେ ହୋଇଥିବା ତ୍ରୁଟି ବିଚ୍ୟୁତି କଥାକୁ ଏଡେଇ ଦେଲେ ବୋର୍ଡ କର୍ତ୍ତୃପକ୍ଷ।

ଆଜି ପ୍ରକାଶିତ ପରୀକ୍ଷା ଫଳରେ ହାଇସ୍କୁଲ ସାର୍ଟିଫିକେଟ ପାଇଁ ୮୦.୮୩ ପ୍ରତିଶତ ରହିଥିବା ବେଳେ ଓପନ ସ୍କୁଲ ପାଇଁ ୭୪.୩ ପ୍ରତିଶତ ଓ ମାଧ୍ୟମାରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ
 

Last Updated : Aug 24, 2021, 8:28 PM IST

ABOUT THE AUTHOR

...view details