କଟକ: ଜୁଲାଇ 30ରୁ ଆରମ୍ଭ ହୋଇଥିବା ମାଟ୍ରିକ ଅଫଲାଇନ ପରୀକ୍ଷା ଆଜି ଶେଷ ହୋଇଛି । ରାଜ୍ୟରେ ମୋଟ 504ଟି କେନ୍ଦ୍ରରେ 15,151 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ଏହି ଅଫଲାଇନ ପରୀକ୍ଷାରେ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ପ୍ରଶ୍ନପତ୍ର ଅଦଳବଦଳ ନେଇ ବିବାଦ ସୃଷ୍ଟି ହୋଇଥିଲା । ତେବେ ଆଜି ସୁରୁଖୁରୁରେ ପରୀକ୍ଷା ଶେଷ ହୋଇଛି । ପରୀକ୍ଷା ସମୟରେ ସମସ୍ତ କେନ୍ଦ୍ରରେ କୋଭିଡ ଗାଇଡଲାଇନ କଡାକଡି ପାଳନ କରାଯିବା ପାଇଁ ବିଭିନ୍ନ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲା ବୋର୍ଡ ।
ସରିଲା ମାଟ୍ରିକ ଅଫଲାଇନ ପରୀକ୍ଷା, ୪ ଦିନରେ ସରିବ ଖାତାଦେଖା - ମାଟ୍ରିକ ପରୀକ୍ଷା ଅପଡେଟ
ଆଜି ଶେଷ ହୋଇଛି ଚଳିତ ବର୍ଷର ମାଟ୍ରିକ ଅଫଲାଇନ ପରୀକ୍ଷା । ୧୨ରୁ ମୂଲ୍ୟାଙ୍କନ ଆରମ୍ଭ ହୋଇ ମାସ ଶେଷ ସୁଦ୍ଧା ଫଳଫଳ ପ୍ରକାଶନ ଲକ୍ଷ ରଖିଛି ବୋର୍ଡ । ଅଧିକ ପଢନ୍ତୁ....
ସରିଲା ମାଟ୍ରିକ ଅଫଲାଇନ ପରୀକ୍ଷା: 12 ରୁ ମୁଲ୍ୟାୟନ , ମାସ ଶେଷ ସୁଦ୍ଧା ଫଳାଫଳ
ବର୍ତ୍ତମାନ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । 7ଟି ଜିଲ୍ଲାରେ 9ଟି କେନ୍ଦ୍ରରେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିରେ ମୋଟ 1500 ଶିକ୍ଷକ ଓ ଶିକ୍ଷୟିତ୍ରୀ ନିୟୋଜିତ ହେବେ । 11 ତାରିଖରେ କର୍ମଚାରୀମାନେ କେନ୍ଦ୍ରରେ ପହଞ୍ଚିବା ସହ 12ରୁ ଉତ୍ତର ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । 3 ରୁ 4 ଦିନ ମଧ୍ୟରେ ପ୍ରକ୍ରିୟା ସରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ମାସ ଶେଷ ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ସ୍ପଷ୍ଟ କରିଛନ୍ତି ବୋର୍ଡ ସଭାପତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ
Last Updated : Aug 5, 2021, 7:20 PM IST