କଟକ: ଥମୁନି ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ। ଉଭୟଙ୍କୁ ମଧ୍ୟସ୍ତତା ମାଧ୍ୟମରେ ଆପୋଷ ସମାଧାନ ପାଇଁ କଟକ ଏସଡିଜେଏମ କୋର୍ଟ କହିଥିଲେ। ତେବେ ଆଜି ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରକୁ ଆସିବାକୁ ସମୟ ଦିଆଯାଇଥିଲା ବେଳେ ଅନୁଭବ ଆସିନଥିଲେ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମଧ୍ୟସ୍ଥତା ଚାଲିଥିବାରୁ ସମୟ ମାଗିଛନ୍ତି ଅନୁଭବ। ଅନୁଭବ ତାଙ୍କ ଓକିଲ ମାଧ୍ୟମରେ ଏକ ଟାଇମ ପିଟିସନ ଦେଇ ଚାଲି ଯାଇଥିଲେ। ତେବେ ଉଭୟଙ୍କୁ ଅନ୍ୟ ଏକ ଦିନରେ ଆସିବା ପାଇଁ ସମୟ ଦିଆଯାଇଛି। ଫେବୃଆରୀ ୨୩ରେ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରକୁ ଆସିବାକୁ କୁହାଯାଇଥିବା ବର୍ଷାଙ୍କ ଓକିଲ କହିଛନ୍ତି।