ଓଡିଶା

odisha

By

Published : Apr 29, 2022, 3:37 PM IST

ETV Bharat / city

ବିକୃତ ଫଟୋ ପଠାଇ ଛାତ୍ରୀଙ୍କୁ ବ୍ଲେକମେଲ କରିବା ଅଭିଯୋଗରେ ଯୁବକ ଗିରଫ

ଫଟୋକୁ ବିକୃତ କରି ଛାତ୍ରୀଙ୍କୁ ବ୍ଲେକମେଲ କରିବା ଅଭିଯୋଗରେ ଯୁବକ ଗିରଫ । ନିଜର ଫଲୋର୍ସ ବଢାଇବା ପାଇଁ ଅଜଣା ଲୋକଙ୍କୁ ବନ୍ଧୁତା ନିବେଦନ(Friend Request) ନ ପଠାଇବା ସହ ଅଜଣା ଲୋକଙ୍କ Request ଗ୍ରହଣ ନ କରିବାକୁ ସାଇବର ପୋଲିସର ପରାମର୍ଶ । ଅଧିକ ପଢନ୍ତୁ

ବିକୃତ ଫଟୋ ପଠାଇ ଛାତ୍ରୀଙ୍କ ବ୍ଲେକମେଲ କରିବା ଅଭିଯୋଗରେ ଯୁବକ ଗିରଫ
ବିକୃତ ଫଟୋ ପଠାଇ ଛାତ୍ରୀଙ୍କ ବ୍ଲେକମେଲ କରିବା ଅଭିଯୋଗରେ ଯୁବକ ଗିରଫ

କଟକ: ଡିଜିଟାଲ ଦୁନିଆ ଆଡକୁ ସମାଜ ଯେତିକି ଅଗ୍ରସର ହେଉଛି ସେହିମାତ୍ରାରେ ଏହାର ଦୁରୁପୋଯୋଗ ମଧ୍ୟ ହେଉଛି । କିଛି ବିକୃତ ମାନସିକତାର କାର୍ଯ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଏପରି କିଛି ଘଟଣା କଟକରେ ଦେଖିବାକୁ ମିଳିଛି । ସ୍କୁଲ ଛାତ୍ରୀଙ୍କ ଫଟୋକୁ ବିକୃତ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ ।

ବିକୃତ ଫଟୋ ପଠାଇ ଛାତ୍ରୀଙ୍କ ବ୍ଲେକମେଲ କରିବା ଅଭିଯୋଗରେ ଯୁବକ ଗିରଫ

ଅଭିଯୁକ୍ତ ଜଣକ ଏକାଧିକ ଛାତ୍ରୀଙ୍କ ଫଟୋକୁ ବିକୃତ କରିବା ପରେ ଏହାକୁ ଦେଖାଇ ସେମାନଙ୍କୁ ବ୍ଲାକମେଲ୍ କରୁଥିଲା । ୪୫ରୁ ଉର୍ଦ୍ଧ୍ବ ଛାତ୍ରୀଙ୍କୁ ନିଜ ଜାଲରେ ଫଶାଇଥିଲା ଅଭିଯୁକ୍ତ । ଏନେଇ ଜଣେ ଛାତ୍ରୀ କଟକ ସାଇବର ଥାନାରେ ଅଭିଯୋଗ କରିବା ପରେ, ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେଇଛି ପୋଲିସ । ଅଭିଯୁକ୍ତ ଜଣକ କଟକ ନେମାଳ ଅଞ୍ଚଳର ୨୨ ବର୍ଷୀୟ ବିଶ୍ଵଜିତ ଭୂୟାଁ ବୋଲି ଜଣାପଡିଛି ।

ବିଶ୍ବଜିତ ଅନେକ ଛାତ୍ରୀଙ୍କୁ ନିଜର ଆଇଡିରୁ(ID) ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ(Friend Request) ପଠାଉଥିଲା । ପରେ ସେମାନଙ୍କ ଆଇଡିରୁ ଅନେକ ଫଟୋ ଏବଂ ଭିଡିଓ ସଂଗ୍ରହ କରି ସେଗୁଡିକୁ ଅଶ୍ଳୀଳ ଭାବରେ ବିକୃତ କରିବା ପରେ ଏକ ଫେକ୍ ଆଇଡିରୁ ସେମାନଙ୍କୁ ପଠାଇ ବ୍ଲାକମେଲିଂ କରୁଥିଲା । ତେବେ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ପୋଲିସ । ନିଜର ଫଲୋର୍ସ ବଢାଇବା ପାଇଁ ଅଜଣା ଲୋକଙ୍କୁ ବନ୍ଧୁତା ନିବେଦନ(Friend Request) ନ ପଠାଇବା ସହ ଅଜଣା ଲୋକଙ୍କ Request ଗ୍ରହଣ ନ କରିବାକୁ ପୋଲିସ ପରାମର୍ଶ ଦେଇଛି । ଏପରିକି ଏନେଇ ଯଥେଷ୍ଟ ସତର୍କ ରହିବାକୁ ପୋଲିସ ପରାମର୍ଶ ଦେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details