ଓଡିଶା

odisha

ETV Bharat / city

ମିଳିଲାନି ମହାପ୍ରୟାଣ, ପୁଅର ମୃତଦେହ ଟ୍ରଲିରେ ବୋହି ନେଲେ ବାପା - dead body

ସାମାନାକୁ ଆସିଛି ପୁଣି ଏକ ଦାନ ମାଝିର ଚିତ୍ର। ଟ୍ରଲିରେ ବୋହି ନିଜର ମୃତ ପୁଅକୁ ଅନ୍ତିମ ସଂସ୍କାର ପାଇଁ ନେଲେ ଗରିବ ହତଭାଗା ବାପା । ଏ ଭଳି ଅଭାବନୀୟ ଘଟଣା ଘଟିଛି କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଖୋଦ କଟକ ସହରରେ । ଅଧିକ ପଢନ୍ତୁ

does not get Mahapranaya vehicle
ମିଳିଲାନି ଆମ୍ବୁଲାନ୍ସ,, ଟ୍ରଲିରେ ବୋହି ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେଲେ ପିତା

By

Published : Nov 15, 2021, 7:00 PM IST

କଟକ:ସହରରେ ଆଜି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର । ସାମାନାକୁ ଆସିଛି ପୁଣି ଏକ ଦାନ ମାଝିର ଚିତ୍ର। ଟ୍ରଲିରେ ବୋହି ନିଜର ମୃତ ପୁଅକୁ ଅନ୍ତିମ ସଂସ୍କାର ପାଇଁ ନେଲେ ଗରିବ ହତଭାଗା ବାପା । ଯାହା ଥିଲା ବେଶ ହୃଦୟ ବିଦାରକ। ପାଖାପାଖି ୨ କିଲୋମିଟର ଯିବା ପରେ ଆମ୍ବୁଲାନ୍ସ ନେଇ ପହଞ୍ଚିଥିଲେ ସ୍ବେଚ୍ଛାସେବୀ ସଂଗଠନ। ଅଭାବ ଅନଟନ ଯେ ମଣିଷକୁ କେଉଁ ପରିସ୍ଥିତିରେ ଠିଆ କରିଦିଏ ତାହା ଆଖିରେ ନଦେଖିଲେ ବିଶ୍ବାସ କରିହେବ ନାହିଁ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ସହରରେ।

ମିଳିଲାନି ଆମ୍ବୁଲାନ୍ସ,, ଟ୍ରଲିରେ ବୋହି ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେଲେ ପିତା

ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ କଟକ ସହରର ୧୪ ନମ୍ବର ବସ୍ତିର କାଶୀନାଥ ସାହୁଙ୍କ ୧୪ ବର୍ଷର ପୁଅ ନାରାୟଣ ସାହୁଙ୍କୁ କୁକୁର କାମୁଡି ଥିଲା। ଏହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ୩ଟି ଇଞ୍ଜେକ୍ସନ ଦେଇଥିଲେ କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଫଳରେ ଗତ ଦୁଇଦିନ ତଳେ ତାଙ୍କୁ କଟକ ଶିଶୁ ଭବନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ଦୁର୍ଭାଗ୍ୟ ବଶତଃ ଗତକାଲି ରାତିରେ ନାରାୟଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କର ବାପା ଟ୍ରଲି ଯୋଗେ ମୃତ ଦେହକୁ ଧରି ତାଙ୍କର ୧୪ ନମ୍ବର ବସ୍ତିକୁ ନେଇଯାଇଥିଲେ। ହେଲେ ସେଠାରେ ଅନ୍ତିମ ସଂସ୍କାର ପାଇଁ କୌଣସି ସୁବିଧା ନଥିଲା ।

ଫଳରେ ନିଜ ଘର ଠାରୁ ୬ କିଲୋମିଟର ଦୂର ସତିଚଉରା ଶ୍ମଶାନରେ ମୃତଦେହକୁ ନେବା ପାଇଁ ବାହାରିଥିଲେ । ଏତେ ବାଟ ତ ଗାଡି ଭଡା କିମ୍ବା ଆମ୍ବୁଲାନ୍ସ ଭଡା କରି ମୃତଦେହକୁ ନେବା ସମ୍ଭବପର ନଥିଲା । ଆଜି ସକାଳୁ ପୁଅର ମୃତଦେହ ଧରି ବାପା ,ସାନ ଭାଇ ଓ ସମ୍ପର୍କୀୟା ମାନେ ଟ୍ରଲି ମୃତଦେହକୁ ନେଇ ସତ୍କାର କରିବା ପାଇଁ ବାହାରିଥିଲେ। ତେଣୁ କେବଳ ଟ୍ରଲିଟି ପାଲଟିଥିଲା ଏକମାତ୍ର ଭରସା। ଗରିବ ବାପା ପାଇଁ ସରକାରୀ ଆମ୍ବୁଲାନ୍ସ ସେବା କିମ୍ବା ମହାପ୍ରୟାଣ ଗାଡି ପାଲଟିଥିଲା ସାତସପନ।

ପାଖାପାଖି ଦୁଇ କିଲୋମିଟର ଟ୍ରଲିରେ ଯିବା ପରେ କିଛି ସହୃଦୟ ବ୍ୟକ୍ତିଙ୍କ ନଜର ଏହି ହୃଦୟ ବିଦାରକ ଦୃଶ୍ୟ ଆସିଥିଲା। ଏହା ପରେ ତୁରନ୍ତ ସ୍ବେଚ୍ଛାସେବୀ ସଂଗଠନ ସାବିତ୍ରୀ ଜନସେବାର ବିଭୂତି ରାୟଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ଭାରତୀୟ ସ୍ନେହ ପରିବାରର ସଦସ୍ୟ ଓ ସାବିତ୍ରୀ ଜନସେବାର ମିଳିତ ସହଯୋଗରେ ନାରାୟଣଙ୍କ ମୃତଦେହକୁ ଟ୍ରଲିରୁ ଉଠାଇ ଆମ୍ବୁଲାନ୍ସ ଯୋଗେ ସତିଚଉରା ଶ୍ମଶାନକୁ ଅନ୍ତିମ ସଂସ୍କାର ପାଇଁ ନେଇଥିଲେ। ତେବେ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କିରଛନ୍ତି କିନ୍ତୁ ତାହା ଲୋକଙ୍କୁ ସଠିକ ଭାବରେ ମିଳିପାରୁନାହିଁ ତାହାର ଏହା ଜ୍ବଳନ୍ତ ଉଦାହରଣ ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details