କଟକ: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଥମୁନି ତାତି। ସିଲଭରସିଟିରେ ପ୍ରତିଦିନ ନ୍ୟାୟ ପାଇଁ ଚାଲିଛି ଲଢେଇ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ପୋଲିସକୁ ତଦନ୍ତ ପରିସର କରିବା ପାଇଁ ଦାବି କରୁଛନ୍ତି ବିରୋଧୀ ଦଳ। ତେବେ ଏହି କ୍ରମରେ ଆଜି(ଶୁକ୍ରବାର) ରାସ୍ତାକୁ ଓହ୍ଲାଇଛି ଏସୟୁସିଆଇ କମ୍ୟୁନିଷ୍ଟ। ଏହି ମାମଲାକୁ ମୁଦ୍ଦା କରି ସରକାରଙ୍କୁ ଘେରିଛନ୍ତି ଆନ୍ଦୋଳନକାରୀ ।
JUSTICE FOR MAMITA; ସିଲଭରସିଟିରେ ଆନ୍ଦୋଳନ କଲା SUCI - ସିଲଭରସିଟି
ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଥମୁନି ତାତି। ସିଲଭରସିଟିରେ ପ୍ରତିଦିନ ନ୍ୟାୟ ପାଇଁ ଚାଲିଛି ଲଢେଇ। ଏହି କ୍ରମରେ ଶୁକ୍ରବାର ରାସ୍ତାକୁ ଓହ୍ଲାଇଛି ଏସୟୁସିଆଇ କମ୍ୟୁନିଷ୍ଟ। ଅଧିକ ପଢନ୍ତୁ...
JUSTICE FOR MAMITA ; ସିଲଭରସିଟିରେ ଆନ୍ଦୋଳନ କଲା SUCI
ଘଟଣାକୁ ଅନେକ ଦିନ ବିତିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସମ୍ପକ୍ତ ମନ୍ତ୍ରୀଙ୍କ ବିରୋଧରେ ସରକାର ପଦକ୍ଷେପ ଗ୍ରହଣ କରି ନାହାଁନ୍ତି । ତେବେ ଏହି ଘଟଣାରେ ନିରୀହ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛି ଏସୟୁସିଆଇ । ଯଦି ମମିତା ନ୍ୟାୟ ନ ପାଏ ତେବେ ଆଗମୀ ଦିନରର ଏକ ବଡ଼ ଆନ୍ଦୋଳନର ସମ୍ନା କରିବେ ରାଜ୍ୟ ସରକାର ବୋଲି ଚେତାବନୀ ଦିଆଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ