ପୁରୀ: ସେବାୟତ ଶିବରାମ ହତ୍ୟାକାଣ୍ଡ ଘଟଣା । ପ୍ରେମଜନିତ କାରଣକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅଭିଯୁକ୍ତର ବାପା ସ୍ୱୀକାର କରିଛନ୍ତି । ଅଭିଯୁକ୍ତ ଚନ୍ଦନ ବାରିକର ବାପା ଲକ୍ଷ୍ମୀଧର ବାରିକ, ହତ୍ୟାକାଣ୍ଡ ପ୍ରେମ ବ୍ୟାପାରକୁ ନେଇ ଘଟିଥିବା କହିଛନ୍ତି ।
ଲକ୍ଷ୍ମୀଧରଙ୍କ କହିବା ଅନୁଯାୟୀ, ତାଙ୍କ ବଡ଼ପୁଅ ତଥା ଅଭିଯୁକ୍ତ ଚନ୍ଦନ ବାରିକ, ନାନୁ ପାତ୍ରଙ୍କ ଝିଅକୁ ପ୍ରେମ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ ହେବା ପରେ ଶାରୀରିକ ସମ୍ପର୍କ ମଧ୍ୟ ଗଢି ଉଠିଥିଲା । ଏପରିକି ନାନୁ ପାତ୍ରଙ୍କ ଝିଅ ମଧ୍ୟ ଗର୍ଭବତୀ ହୋଇଥିଲେ । ପରେ ଯୁବତୀଙ୍କ ଆଭରସନ ମଧ୍ୟ କରାଯାଇଥିଲା । ଏହି ଘଟଣାକୁ ନେଇ ନାନୁ ପାତ୍ର ଚନ୍ଦନ ବାରିକଙ୍କ ଘର ଲୋକଙ୍କୁ ସବୁବେଳେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବାଡେଇ ବାକୁ ଧମକ ଦେଉଥିଲେ ।