କଟକ: ଶିଳ୍ପପତି ମହିମା ମିଶ୍ରଙ୍କୁ ମିଳିଛି ଜାମିନ । ହାଇକୋର୍ଟ ସର୍ତ୍ତମୂଳକଭାବେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାମିନର ସର୍ତ୍ତ ତଳକୋର୍ଟ ସ୍ଥିର କରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ସିୱେଜ ସିପିଂ ଜିଏମ ମହେନ୍ଦ୍ର ସ୍ବାଇଁଙ୍କ ହତ୍ୟା ମାମଲାରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି ।
ଶିଳ୍ପପତି ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ - ମହେନ୍ଦ୍ର ସ୍ବାଇଁଙ୍କ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ
ସିୱେଜ ସିପିଂ ଜିଏମ ମହେନ୍ଦ୍ର ସ୍ବାଇଁଙ୍କ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ ମିଳିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ପୂର୍ବରୁ ଏହି ମାମଲାରେ ମହିମା ମିଶ୍ରଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ହେଁ ସୁପ୍ରିମକୋର୍ଟ ଖାରଜ କରିଥିଲେ । ଏହାପରେ ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଅନ୍ୟ ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
TAGGED:
Mahima got bail