କଟକ: ମାହାଙ୍ଗା ମର୍ଡର ମିଷ୍ଟ୍ରିରେ ସିଧାସଳଖ ବିଜେଡିକୁ ଟାର୍ଗେଟ କରିଛନ୍ତି କୁଳମଣି ବରାଳଙ୍କ ପରିବାର ଲୋକେ । ଜନ ବିକାଶ କାର୍ଯ୍ୟକୁ ଦେଖି ସହିନପରି ଶାସକ ଦଳ ଏପରି କରିଥିବା କହିଛନ୍ତି କୁଳମଣିଙ୍କ ସଂପର୍କୀୟ ରଞ୍ଜିତ ସାହୁ ।
ମାହାଙ୍ଗା ମର୍ଡର ମିଷ୍ଟ୍ରି, ବିଜେଡିକୁ ଟାର୍ଗେଟ କଲେ ମୃତ କୁଳମଣିଙ୍କ ନାତି - ମାହାଙ୍ଗା ମର୍ଡର ମିଷ୍ଟ୍ରି
ଜନ ବିକାଶ କାର୍ଯ୍ୟକୁ ଦେଖି ସହି ନପାରି ମୋ ଜେଜେକୁ ମାରିଦେଇଛି ବିଜେଡି। ତେବେ କୋହଭରା କଣ୍ଠରେ ଏମିତି କିଛି କହିଛନ୍ତି କୁଳମଣିଙ୍କ ସଂପର୍କୀୟ ରଞ୍ଜିତ ସାହୁ । ଅଧିକ ପଢନ୍ତୁ...
ମାହାଙ୍ଗା ମର୍ଡର ମିଷ୍ଟ୍ରି, ବିଜେଡିକୁ ଟାର୍ଗେଟ କଲେ ମୃତ କୁଳମଣିଙ୍କ ନାତି
ମାହାଙ୍ଗା ମର୍ଡର ମିଷ୍ଟ୍ରି, ବିଜେଡିକୁ ଟାର୍ଗେଟ କଲେ ମୃତ କୁଳମଣିଙ୍କ ନାତି
ସୂଚନା ଅନୁସାରେ, କଟକ ସାଲେପୁରରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ବାଇକ୍ରେ ଘରକୁ ଫେରୁଥିବା ବେଳେ ଜଂକୋଟି ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ। ପରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ