କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ଚାଞ୍ଚଲ୍ୟକର ବୟାନ, 'ମୁଁ ହତ୍ୟା କରିନି, ମୋତେ ଫସାଯାଇଛି । କୁଳମଣି ବରାଳଙ୍କ ପରିବାର ମୋତେ ଫସାଇଛନ୍ତି ।' ଏଥିସହ ହତ୍ୟାକାଣ୍ଡରେ ମୋର ସମ୍ପୃକ୍ତି ନାହିଁ ବୋଲି ଅଭିଯୁକ୍ତ ଜଣକ କହିଛନ୍ତି ।
ସୂଚନା ଅନୁଯାୟୀ ବହୁ ଚର୍ଚ୍ଚିତ କଟକ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସୋମବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାମ ଭିକାରୀ ସ୍ବାଇଁ । ମାମଲାକୁ ନେଇ ଭିକାରୀ କହିଛନ୍ତି ଯେ, ମୋର ଏ ହତ୍ୟାକାଣ୍ଡ ସହ କୌଣସି ସମ୍ପୃକ୍ତି ନାହିଁ, ରାଜନୈତିକ ଶତ୍ରୁତା କାରଣରୁ କୁଳମଣି ବରାଳଙ୍କ ପରିବାର ମୋ ସହ ଏପରି କରିଛନ୍ତି । ମୁଁ ଏ ହତ୍ୟା କରିନାହିଁ, ମୋତେ ଫସାଯାଇଛି ।'