ଓଡିଶା

odisha

By

Published : Jan 3, 2021, 6:10 PM IST

ETV Bharat / city

ରାଜନୈତିକ ଆକ୍ରୋଶ ସୀମା ଲଙ୍ଘିଲା ବିଜେଡି: କଟକ ଜିଲ୍ଲା ବିଜେପି

ରାଜନୈତିକ ଆକ୍ରୋଶର ସୀମା ଲଙ୍ଘିଛି ବିଜୁ ଜନତା ଦଳ । ବାକ ଯୁଦ୍ଧ ପରେ ହତ୍ୟା କରିବାକୁ ମଧ୍ୟ ପଛାଉନାହିଁ ବିଜୁ ଜନତା ଦଳ । ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ କଟକ ଜିଲ୍ଲା ବିଜେପି ଏହାକୁ ଦୃଢ ଭାବରେ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

bjd cross the border on political aggression says cuttack district bjp
ରାଜନୈତିକ ଆକ୍ରୋଶ ସୀମା ଲଙ୍ଘିଲା ବିଜେଡି: କଟକ ଜିଲ୍ଲା ବିଜେପି

କଟକ: ରାଜନୈତିକ ଆକ୍ରୋଶର ସୀମା ଲଙ୍ଘିଛି ବିଜେଡି । ବାକ ଯୁଦ୍ଧ ପରେ ହତ୍ୟା କରିବାକୁ ମଧ୍ୟ ପଛାଉନାହିଁ ବିଜୁ ଜନତା ଦଳ । ଜିଲ୍ଲାର ବିକାଶ ପାଇଁ ମଙ୍ଗ ଧରିବା ପାଇଁ ଚେଷ୍ଟା ଜାରି ରଖିଥିଲେ କୁଳମଣି ବରାଳ । ହେଲେ ତାଙ୍କୁ ଯେଉଁ ଭଳି ନିର୍ମମ ଭାବରେ ହତ୍ୟା କରାଗଲା ତାହା ଗଣତନ୍ତ୍ରର ହତ୍ୟା । ତେବେ ଏହାକୁ ବିଜେପି କେବେବି ସହ୍ୟ କରିବନି । ଏହି ଲଢେଇ ଆଜିଠୁ ଆରମ୍ଭ ହେଲା ବୋଲି କଟକର ଜିଲ୍ଲା ବିଜେପିର ଆଗଧାଡିର ନେତା କହିଛନ୍ତି ।

ରାଜନୈତିକ ଆକ୍ରୋଶ ସୀମା ଲଙ୍ଘିଲା ବିଜେଡି: କଟକ ଜିଲ୍ଲା ବିଜେପି

ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ କଟକ ଜିଲ୍ଲା ବିଜେପି ଏହାକୁ ଦୃଢ ଭାବରେ ବିରୋଧ କରିଛନ୍ତି । କଟକ ଜିଲ୍ଲା ସଭାପତି ତଥା ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଏହି ଘଟଣାକୁ ଶାସକ ଦଳ ଇଙ୍ଗିତରେ ହୋଇଛି ବୋଲି କହିଛନ୍ତି । ଏ ଭଳି ଘଟଣା କେବେ ଘଟିନଥିଲା ଏହା କେବଳ ରାଜନୈତିକ ହିଂସା ପାଇଁ ଘଟିଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ଅତି ବିଭତ୍ସ ତଥା ଅତ୍ୟନ୍ତ ଜଘନ୍ୟ ଭାବରେ ହତ୍ୟା କରିଛନ୍ତି ।ସେ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିକୁ ନେଇ ଲୋକଲୋଚନକୁ ଆଣିଥିଲେ। ଏହା ଶାସକ ଦଳର ମନ୍ତ୍ରୀଙ୍କ ଇଙ୍ଗିତରେ ବହୁ ପୂର୍ବରୁ ଏକ ସୁପରିକଳ୍ପିତ ଷଡଯନ୍ତ୍ର ଚାଲିଥିଲା । ଶେଷରେ ସେମାନେ ସଫଳ ହୋଇଛନ୍ତି । ଶାସକ ବିଜେଡି ଜିଲ୍ଲାରେ ରାଜନୈତିକ ହିଂସା ଆପଣେଇଛି ବୋଲି କହିଛନ୍ତି । ଏହା ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ରାଜ୍ୟରେ ବିଜେଡି ପଶ୍ଚିମବଙ୍ଗ ଭଳି ରାଜନୈତିକ ହିଂସା ସୃଷ୍ଟି କରୁଛି ବୋଲି କହିଛନ୍ତି । ଏହି ଘଟଣା ସ୍ଥାନୀୟ ମନ୍ତ୍ରୀଙ୍କ ପ୍ରରୋଚନାର ହୋଇଛି ବୋଲି ଅଭିଯୋଗ କରିଛନ୍ତି । ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରାଯାଉ ବୋଲି ବିଜେପି ଦାବି କରିଛନ୍ତି ।

ସୂଚନା ଥାଉକି ଶନିବାର କଟକ ମାହାଙ୍ଗା ତଥା ସାଲେପୁରରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଯାକୋଟି ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଘଟଣାସ୍ଥଳରେ କୁଳମଣି ବରାଳ ମୃତ୍ୟୁବରଣ କରିଥିବାବେଳେ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ ଚିକିତ୍ସାଧୀନ ଅବସ୍ଥାରେ ମୃ୍ତ୍ୟୁବରଣ କରିଥିଲେ ।

କଟରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details