କଟକ: ଚଳିତବର୍ଷ ପାର୍ବଣରେ ଝଲସିବ କଟକ । ପୁଣି ଚିକମିକ୍ ଆଲୁଅରେ ରଙ୍ଗୀନ ହେବ ସିଲଭରସିଟି । ଗତ ୨ ବର୍ଷ ହେବ ଫିକା ପଡିଥିବା ପାର୍ବଣକୁ ଧୂମଧାମରେ ପାଳିବାକୁ ସବୁ ପୂଜା କମିଟି ପ୍ରସ୍ତୁତି ଆରମ୍ଭ କଲେଣି । ମଣ୍ଡପଠୁ ଆରମ୍ଭ କରି ସାଜସଜ୍ଜା ଓ ସବୁ କିପରି ଉଚ୍ଚ କୋଟିର ହେବ ସେନେଇ ଏବେଠୁ ଅଣ୍ଟା ଭିଡ଼ିଲେଣି ସମସ୍ତ ପୂଜା କମିଟି । ଏନେଇ ମହାନଗର ଶାନ୍ତି କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି ।
ପାର୍ବଣରେ ଝଲସିବ ସିଲଭରସିଟି - ପାର୍ବଣରେ ଝଲସିବ ସିଲଭରସିଟି
ପାର୍ବଣକୁ ନେଇ ମହାନଗର ଶାନ୍ତି କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗତ ୨ ବର୍ଷ ହେବ ଫିକା ପଡିଥିବା ପାର୍ବଣକୁ ଧୂମଧାମରେ ପାଳିବାକୁ ସବୁ ପୂଜା କମିଟି ପ୍ରସ୍ତୁତି । ଅଧିକ ପଢନ୍ତୁ
ପାର୍ବଣରେ ଝଲସିବ ସିଲଭରସିଟି
ତେବେ ଏପରି ସ୍ଥଳରେ କଟକ ସହରର ଜାଇକାକୁ ନେଇ ଚିନ୍ତା ରହିଛି ତାହାକୁ ଶୀଘ୍ର ସମାଧାନ ପାଇଁ ମେୟରଙ୍କୁ ଦାବି ଜଣାଇଛି ମହାନଗର ଶାନ୍ତି କମିଟି । ଏହାସହ ପରିମଳ, ଜଳ ଯୋଗାଣ, ଇଲେକ୍ଟ୍ରି ଦିଗ ଗୁଡିକ ଉପରେ ମଧ୍ୟ ଆଲୋଚନା ଶେଷ ହୋଇଛି । ତେବେ ଗଣେଷ ପୂଜା , ଦୁର୍ଗାପୂଜା,କାଳୀପୂଜା,ବାସେଳି ଦୁର୍ଗାଙ୍କ ପୂଜା ସମୟରେ କଟକ ଚଳିତ ବର୍ଷ ହେବ ଆକର୍ଷଣର କେନ୍ଦ୍ର ବିନ୍ଦୁ । ଯେଉଁ 2 ବର୍ଷ କୋଭିଡ ପାଇଁ ପାର୍ବଣ ଫିକା ପଡିଥିଲା ତାହା ଚଳିତବର୍ଷ ବେଶ ଧୁମଧାମରେ ପାଳିବା ନେଇ ସ୍ଥିର କରିଛି ଶାନ୍ତି କମିଟି ।