ଓଡିଶା

odisha

ETV Bharat / city

କୋଭିଡ କଟକଣାରେ ପୂଜା ପାଇବେ ମା', ରାତି ୮ରୁ ଗଳିକନ୍ଦି ଜଗିବେ ପୋଲିସ - Covid Restriction

କୋରୋନା କଟକଣାରେ ଫିକା ପଡିବ ଦଶହରା । ରାତ୍ରି ୮ଟାରୁ ସକାଳ ୫ ଯାଏଁ ବଲବତ୍ତର ରହିବ ନାଇଟ କର୍ଫ୍ୟୁ । ରାତ୍ରି ସମୟରେ ମଣ୍ଡପ ମଧ୍ୟରେ ପୂଜା ରହୁଥିବାରୁ ଚିନ୍ତାରେ ପଡିଛନ୍ତି କମିଟିର କର୍ମକର୍ତ୍ତା । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ପୂଜା ପାଇବେ ମା', ରାତି ୮ଟାରୁ ଗଳିକନ୍ଦି ଜଗିବେ ପୋଲିସ
କୋଭିଡ କଟକଣାରେ ପୂଜା ପାଇବେ ମା', ରାତି ୮ଟାରୁ ଗଳିକନ୍ଦି ଜଗିବେ ପୋଲିସ

By

Published : Oct 10, 2021, 9:52 PM IST

କଟକ: ରାତି ପହିଲେ କଟକର ସମସ୍ତ ମଣ୍ଡପରେ ହେବ ମା'ଙ୍କ ଷଷ୍ଠୀ ପୂଜା । ମା' ଜଗତ ଜନନୀଙ୍କ ପୂଜା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ବହୁ ପୁରାତନ ସିଲଭର ସିଟିରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଦଶମୀରେ ମା'ଙ୍କୁ ମହଣ ମହଣ ସୁନାରେ ସୁସଜ୍ଜିତ କରିବାକୁ ଦିନ ରାତିକୁ ଏକ କରି ଶେଷ ସ୍ପର୍ଶ ଦେବାରେ ମଗ୍ନ କାରିଗର । ହେଲେ ଗୋଟିଏ ପଟେ ଖୁସିର ମହୋଲ ଥିଲା ବେଳେ ଅନ୍ୟପଟେ ନାଇଟ କର୍ଫ୍ୟୁ ବଢାଇଛି ଚିନ୍ତା । ରାତିରେ ମଣ୍ଡପ ମଧ୍ୟରେ ପୂଜା ରହୁଥିବାରୁ ଚିନ୍ତାରେ ପଡିଛନ୍ତି ପୂଜା କମିଟିର ସମସ୍ତ କର୍ମକର୍ତା ।

କୋଭିଡ କଟକଣାରେ ପୂଜା ପାଇବେ ମା', ରାତି ୮ଟାରୁ ଗଳିକନ୍ଦି ଜଗିବେ ପୋଲିସ

ତେବେ ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁଁ ମା'ଙ୍କ ମୃଣ୍ମୟୀ ମୃର୍ତ୍ତି କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ସରକାରଙ୍କ ନାଇଟ୍ କର୍ଫ୍ୟୁ କଟକଣା ଶ୍ରଦ୍ଧାଳୁଙ୍କ ମନକୁ ଫିକା କରିଛି । ଗୋଟିଏ ପଟେ ଗୋଟିଏ ପଟେ ପାର୍ବଣର ଆନନ୍ଦର ପର୍ବ ଆରମ୍ଭ ହେବାକୁ ଥିବାବେଳେ ଅନ୍ୟପଟେ କମିଶନରେଟ ପୋଲିସର କଡା ପ୍ରହରା ମଧ୍ୟରେ ରହିବ ସିଲଭରସିଟି । ସହରରେ ମୋଟ 32 ପ୍ଲାଟୁନ ଫୋର୍ସ ମୁତୟନ ହେବାକୁ ଥିବା ବେଳେ ଏହାସହ 100 ପୋଲିସ ଅଧିକାରୀ, 150 ହୋମଗାର୍ଡ କଟକର ସମସ୍ତ ପୂଜା ମଣ୍ଡପ, ସାହି ଗଳିକନ୍ଦିରେ ମାରିବେ ପ୍ରହରା ।

ସେପଟେ କାଲିଠାରୁ 20 ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ବାେଲି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।


କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details