କଟକ: ଆସନ୍ତାକାଲି (ଶନିବାର) କଟକରେ ଅନୁଷ୍ଠିତ ହେବ ମା’ କାଳୀଙ୍କ ବିସର୍ଜନ ବା ଭସାଣୀ ଉତ୍ସବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ସକାଳୁ ଆରମ୍ଭ ହେବାକୁ ଥିବା ଏହି ବିସର୍ଜନ କାର୍ଯ୍ୟକୁ ଅପରାହ୍ନ ୨ଟା ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
କଟକ ସହରରେ ପୂଜା ପାଉଥିବା ମୋଟ ୭୦ଟି କାଳୀ ମେଢ ମଧ୍ୟରୁ ୭୦ଟି ମେଢ ଦେବୀଗଡାରେ ବିସର୍ଜନ କରାଯିବ । ଏଥିପାଇଁ ଦେବୀଗଡ଼ାରେ ଦୁଇଟି କୃତ୍ରିମ ପୋଖରୀ ପ୍ରସ୍ତୁତ କରାଯାଇଛି ।