ଓଡିଶା

odisha

ETV Bharat / city

ଲୁଟେରା କହିଲା ଲୁଟର କାହାଣୀ, ଆଗକୁ ବି ଜାରି ରଖିବି ଲୁଟ ! - ଗିରଫ ହେବା ପରେ ଲୁଟେରାର କହିଲା ଲୁଟ ଷ୍ଟୋରୀ

କଟକ ପୋଲିସ ଦ୍ବାରା ଗିରଫ ହେବା ପରେ ଲୁଟେରା କହିଛି ଲୁଟର କାହାଣୀ । ସେ ଜେଲରୁ ବାହାରିବା ପରେ ଏଭଳି ଲୁଟ ପୁଣି କରିବ ବୋଲି କହିଛି । ଅଧିକ ପଢନ୍ତୁ

ଲୁଟେରା କହିଲା ଲୁଟର କାହାଣୀ, ଆଗକୁ ବି ଲୁଟ ଜାରି ରଖିବି
ଲୁଟେରା କହିଲା ଲୁଟର କାହାଣୀ, ଆଗକୁ ବି ଲୁଟ ଜାରି ରଖିବି

By

Published : Feb 7, 2022, 7:55 PM IST

କଟକ: ଲୁଟ କରିବା ମୋର ଅଭ୍ୟାସ । ଜେଲରୁ ବାହାରି ମୁଁ ପୁଣି ଲୁଟ କରେ । ଆଗକୁ ମଧ୍ୟ ଲୁଟ ଜାରି ରଖିବି । କଟକ ପୋଲିସ ଦ୍ବାରା ଗିରଫ ହେବା ପରେ ଏପରି ବାହାସ୍ପଟ ମାରିଛି ଜଣେ ଲୁଟେରା ।

ଲୁଟେରା କହିଲା ଲୁଟର କାହାଣୀ, ଆଗକୁ ବି ଲୁଟ ଜାରି ରଖିବି

ଲୁଟେରା ଜଣକ କହିଛି ଯେ ସେ ୧୯୮୬ ମସିହାରୁ ଲୁଟ କରିବା ଆରମ୍ଭ କରିଛି । ତା' ବିରୋଧରେ ବିଭିନ୍ନ ଥାନାରେ ୧୦୦ରୁ ଅଧିକ ମାମଲା ରହିଛି । ପୂର୍ବରୁ ଅନେକ ଥର ଲୁଟ କରି ସେ ଜେଲ ଯାଇଥିବା ମଧ୍ୟ କହିଛି। ଜେଲରୁ ଫେରି ସେ ପୁଣି ଲୁଟ ଜାରି ରଖେ । କେବଳ ଓଡି଼ଶାରେ ନୁହେଁ ବରଂ ରାଜ୍ୟ ବାହାରେ ବି ଲୁଟ କରିଛି । ମୁମ୍ବାଇ, କୋଲକାତା ଭଳି ସହରରେ ସେ ଲୁଟ କରିଥିବା କହିଛି ।

ସେ ଆହୁରି କହିଛି ଯେ ସେ ଅନ୍ୟ କୌଣସି ଲୁଟେରାଙ୍କ ସହ ମିଶି ଲୁଟ କରେ ନାହିଁ । ଏକା ଏକା ଚାରିଆଡ଼େ ଯାଇ ଲୁଟ କରିଥାଏ । ଗିରଫ ହେବା ପରେ ମଧ୍ୟ ସେ ଜେଲରୁ ବାହାରି ଆଗକୁ ଲୁଟ ପ୍ରକ୍ରିୟା ଜାରି ରଖିବ ବୋଲି କହିଛି । ପୋଲିସ ଦ୍ବାରା ଗିରଫ ହେବା ପରେ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛି ଲୁଟେରା ହେମନ୍ତ ଦାଶ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details