ଓଡିଶା

odisha

ETV Bharat / city

କଟକରେ ମାତିଲେ ଲୁଟେରା, କାନ୍ଥ ତାଡି ଲୁଟିଲେ 8ଲକ୍ଷ

ଗତ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଲୁଟେରା ଫିଲ୍ମ ଷ୍ଟାଇଲରେ ଆସି ମଧୁପାଟଣା ସମ୍ରାଟ ହଲ ସାମ୍ନାରେ ଥିବା ପ୍ରମିଳା ମଣ୍ଡପର ମାର୍କେଟ କମ୍ପ୍ଲେକ୍ସର ଏକ ମୋଟର ପାର୍ଟସ ଦୋକାନରୁ ଲୁଟପାଟ କରିଛନ୍ତି ।

By

Published : Jun 5, 2019, 2:46 PM IST

Updated : Jun 5, 2019, 7:25 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ

କଟକ: ପୁଣି ସିଲଭର ସିଟିରେ ଲୁଟେରା ଆତଙ୍କ । ଗତ ମଙ୍ଗଳବାର କିଛି ଲୁଟେରା ମଧୁପାଟଣା ଥାନା ଅନ୍ତର୍ଗତ ପ୍ରମିଳା ମଣ୍ଡପ ମାର୍କେଟ କମ୍ପ୍ଲେକ୍ସର ଏକ ମୋଟର ପାର୍ଟସ ଦୋକାନରୁ ଲକ୍ଷାଧିକ ଟଙ୍କାର ଜିନିଷ ଲୁଟ୍ କରି ନେଇଛନ୍ତି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ


ସୂଚନା ମୁତାବକ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଲୁଟେରା ଫିଲ୍ମ ଷ୍ଟାଇଲରେ ଆସି ମଧୁପାଟଣା ସମ୍ରାଟ ହଲ ସାମ୍ନାରେ ଥିବା ପ୍ରମିଳା ମଣ୍ଡପର ମାର୍କେଟ କମ୍ପ୍ଲେକ୍ସର ଏକ ମୋଟର ପାର୍ଟସ ଦୋକାନରୁ ଲୁଟପାତ କରିଛନ୍ତି । ପ୍ରଥମେ ସେମାନେ ଦୋକାନର ସଟର ତାଡିବାକୁ ଚେଷ୍ଟା କରିଥିଲେ । ପରେ ଏଥିରେ ବିଫଳ ହେବାପରେ ଗ୍ୟାସ କଟର ମାଧ୍ୟମରେ ଦୋକାନର ସଟରକୁ କାଟିଥିଲେ । ଏହାପରେ ଦୋକାନର କାନ୍ଥକୁ ତାଡି ପ୍ରାୟ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଲୁଟ କରିଥିବା କହିଛନ୍ତି ଦୋକାନ ମାଲିକ ବିଚିତ୍ରା ନନ୍ଦ ରାଉତରାୟ ।

ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟ କଥା ହେଲା ଏହି ଘଟଣାଟି ଘଟିଛି ନିକଟରେ ଥିବା ମଧୁପାଟଣା ଥାନା ନିକଟରେ । ତେବେ ଏଭଳି ସ୍ଥାନରୁ ଏତେ ବଡ ଧରଣର ଲୁଟ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jun 5, 2019, 7:25 PM IST

For All Latest Updates

ABOUT THE AUTHOR

...view details