କଟକ: ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଏବେସୁଦ୍ଧା ମୋଟ ୭୩୦୦ଟି ମାମଲା ରୁଜୁ କରାଯାଇଛି। ଗତ ମାର୍ଚ୍ଚ ୨୪ରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ତାଲାବନ୍ଦ ନିୟମ ଉଲଙ୍ଘନ: ୨୪ ଘଣ୍ଟାରେ ରାଜ୍ୟରେ ୧୧ ମାମଲା ରୁଜୁ - odisha police
ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ମଙ୍ଗଳବାର ସୁଦ୍ଧା ୭୩୦୦ଟି ମାମଲା ରୁଜୁ କରାଯାଇଛି। ଅଧିକ ପଢନ୍ତୁ...
ତାଲାବନ୍ଦ ନିୟମ ଉଲଙ୍ଘନ: ୨୪ ଘଣ୍ଟାରେ ରାଜ୍ୟରେ ୧୧ ମାମଲା ରୁଜୁ
ସୋମବାର ସକାଳୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୧୧ଟି ମାମଲା ରୁଜୁ କରାଯାଇଛି। ଏହି ୧୧ଟି ମାମଲା ମଧ୍ୟରୁ ୧୦ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବାବେଳେ ଗୋଟିଏ ମାମଲା ଅନ୍ୟାନ୍ୟ କାରଣ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ