ଓଡିଶା

odisha

ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ମାମଲା, ୨୪ ଘଣ୍ଟାରେ ୧୦ ମାମଲା

By

Published : Aug 8, 2020, 9:19 PM IST

ରାଜ୍ୟରେ ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ମାମଲା । ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଥାନାରେ ୧୦ଟି ମାମଲା ରୁଜୁ ହୋଇଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

lockdown violation case in cuttack
ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ମାମଲା, ୨୪ ଘଣ୍ଟାରେ ୧୦ ମାମଲା

କଟକ: ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୭୩୩୨ ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୧୦ ଟି ମାମଲା ରୁଜୁ କରାଯାଇଛି । ଏହି ୧୦ ଟି ମାମଲା ମଧ୍ୟରୁ ୯ ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ ଗୋଟିଏ ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭ ଭାରତ

ABOUT THE AUTHOR

...view details