ଓଡିଶା

odisha

By

Published : Jun 25, 2020, 7:53 PM IST

ETV Bharat / city

ରାଜ୍ୟରେ ତାଲାବନ୍ଦ ନିୟମ ଉଲଙ୍ଘନ: ଏଯାଏଁ 6637 ମାମଲା ରୁଜୁ

ରାଜ୍ୟରେ କୋରୋନା ସଂକ୍ରମଣରୁ ରକ୍ଷା ପାଇଁ କଡାକଡି ହୋଇଛି ଲକଡାଉନ ନିୟମ । ହେଲେ ରାଜ୍ୟବାସୀଙ୍କ ଭଲ ପାଇଁ ଲାଗୁ ହୋଇଥିବା ଏହି ନିୟମକୁ ବିଭିନ୍ନ ସମୟରେ ଅମାନିଆମାନେ ଭାଙ୍ଗିଥିବା ଦେଖାଯାଇଛି ।

lockdown rule violation in Odisha, cuttack latest news, cases for lockdown rule violation in odisha, fine charged for violating lockdown rule, ରାଜ୍ୟରେ ତାଲାବନ୍ଦ ନିୟମ ଉଲଙ୍ଘନ, କଟକ ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟରେ ତାଲାବନ୍ଦ ନିୟମ ଉଲଙ୍ଘନ ମାମଲା, ରାଜ୍ୟରେ ଲକାଉନ ନିୟମ ଭାଙ୍ଗି ତଣ୍ଡ
ରାଜ୍ୟରେ ତାଲାବନ୍ଦ ନିୟମ ଉଲଙ୍ଘନ: ଏଯାଏଁ 6637 ମାମଲା ରୁଜୁ

କଟକ: ରାଜ୍ୟରେ କୋରୋନା ସଂକ୍ରମଣରୁ ରକ୍ଷା ପାଇଁ କଡାକଡି ହୋଇଛି ଲକଡାଉନ ନିୟମ । ହେଲେ ରାଜ୍ୟବାସୀଙ୍କ ଭଲ ପାଇଁ ଲାଗୁ ହୋଇଥିବା ଏହି ନିୟମକୁ ବିଭିନ୍ନ ସମୟରେ ଅମାନିଆମାନେ ଭାଙ୍ଗିଥିବା ଦେଖାଯାଇଛି । ଏହି କ୍ରମରେ ଏୟାବତ୍‌ ରାଜ୍ୟରେ ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗରେ ବିଭିନ୍ନ ଥାନାରେ 6637ଟି ମାମଲା ରୁଜୁ ହୋଇଛି ।

ଗତ ମାର୍ଚ୍ଚ 24 ତାରିଖଠାରୁ ଏଯାବତ୍‌ ଏସମସ୍ତ ମାମଲା ରୁଜୁ ହୋଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଗତ 24 ଘଣ୍ଟା ମଧ୍ୟରେ ରୁଜୁ ହୋଇଥିବା 3ଟି ମାମଲା ମଧ୍ୟରୁ 2ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗରେ ରହିଥିଲା । ଏନେଇ ସୂଚନା ଦେଇଛି ପୋଲିସ ମୁଖ୍ୟାଳୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details