କଟକ: ଦିନକୁ ଦିନ ବଢିବାରେ ଲାଗିଛି ତାଲାବନ୍ଦ ନିୟମ ଉଲଙ୍ଘନକାରୀଙ୍କ ସଂଖ୍ୟା ଓ ସାଥୀରେ ଅପରାଧର ମାତ୍ରା । ଏମିତିରେ ଲକଡାଉନ ଲାଗୁ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ମୋଟ 7012ଟି ମାମଲା ରୁଜୁ ହୋଇଥିବା ଜଣା ପଡିଛି । ଏଥିମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ କେବଳ 18ଟି ମାମଲା ରୁଜୁ ହୋଇଥିବା ଜଣା ପଡିଛି ।
ତାଲାବନ୍ଦ ନିୟମ ଉଲଙ୍ଘନ, ମୋଟ 7012 ମାମଲା ରୁଜୁ - ରାଜ୍ୟରେ ତାଲାବନ୍ଦ ନିୟମ ଉଲଙ୍ଘନ
ଲକଡାଉନ ଲାଗୁ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ମୋଟ 7012ଟି ମାମଲା ରୁଜୁ ହୋଇଥିବା ଜଣା ପଡିଛି । ଏଥି ମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ କେବଳ 18ଟି ମାମଲା ରୁଜୁ ହୋଇଥିବା ଜଣା ପଡିଛି ।

ତାଲାବନ୍ଦ ନିୟମ ଉଲଙ୍ଘନ, ମୋଟ 7012 ମାମଲା ରୁଜୁ
ଗୋଟିଏ ଦିନ ମଧ୍ୟରେ ରୁଜୁ ହୋଇଥିବା 18ଟି ମାମଲା ମଧ୍ୟରୁ 15ଟି କେବଳ ତାଲାବନ୍ଦ ନିୟମ ଉଲଙ୍ଘନ ପାଇଁ ରୁଜୁ ହୋଇଥିବା ବେଳେ ଅନ୍ୟ 3ଟି ମାମଲା ଅନ୍ୟାନ୍ୟ କାରଣରୁ ରୁଜୁ ହୋଇଥିବା ଜଣା ପଡିଛି । ସେପଟେ ଗତ ମାର୍ଚ୍ଚ 24 ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ମୋଟ 7012ଟି ମାମଲା ରୁଜୁ ହୋଇଥିବା ଜଣା ପଡିଛି । ଏନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ