ଓଡିଶା

odisha

ETV Bharat / city

ପରିବା ବ୍ୟବସାୟୀଙ୍କୁ ମର୍ମାହତ କରିଛି ଲକଡାଉନ - ସିଲଭରସିଟି

ସିଲଭରସିଟିରେ ଆରମ୍ଭ ହୋଇଛି ଲକଡାଉନ । ଯାହା ଜୁଲାଇ 31 ମଧ୍ୟରାତ୍ରି ପର୍ଯ୍ୟନ୍ତ ବଳବତ୍ତର ରହିବ । କିନ୍ତୁ ଯେଉଁ ସମୟ ନିର୍ଧାରିତ ହୋଇଛି ସେହି ସମୟରେ ଯେଉଁ ପରିବା ବ୍ୟବସାୟୀ ରହୁଛନ୍ତି ତାଙ୍କର ବ୍ୟବସାୟ ହେବା ସମ୍ଭବପର ହେଉନାହିଁ । ଯେଉଁଥି ପାଇଁ ସେମାନେ ସାମନ୍ୟ ମର୍ମାହତ ହୋଇଛନ୍ତି ।

lockdown
ପରିବା ବ୍ୟବସାୟୀଙ୍କୁ ମର୍ମାହତ କରିଛି ଲକଡାଉନ

By

Published : Jul 18, 2020, 1:38 PM IST

କଟକ:ସିଲଭରସିଟିରେ ଆରମ୍ଭ ହୋଇଛି ଲକଡାଉନ । ଯାହା ଜୁଲାଇ 31 ମଧ୍ୟରାତ୍ରି ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହା ମଧ୍ୟରେ କେବଳ ଅତ୍ୟାବଶ୍ୟକ ସମଗ୍ରୀ ଦୋକାନ ଖୋଲା ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

କିନ୍ତୁ ଯେଉଁ ସମୟ ନିର୍ଧାରିତ ହୋଇଛି ସେହି ସମୟରେ ଯେଉଁ ପରିବା ବ୍ୟବସାୟୀ ରହୁଛନ୍ତି ତାଙ୍କର ବ୍ୟବସାୟ ହେବା ସମ୍ଭବପର ହେଉନାହିଁ । ଯେଉଁଥି ପାଇଁ ସେମାନେ ସାମାନ୍ୟ ମର୍ମାହତ ହୋଇଛନ୍ତି ।

ଅନ୍ୟପଟେ ଯଦି ଦେଖିବା କୋରୋନା ମାମଲା ବୃଦ୍ଧିକୁ ରୋକିବା ପାଇଁ ଲକଡାଉନ ବୃଦ୍ଧି କରିବା ଆବଶ୍ୟକ ପଡୁଥିଲା ବୋଲି କହିଛନ୍ତି ବ୍ୟବସାୟୀ । ତେବେ ଏହାରି ଭିତରେ ଗୋଟିଏ କଥା କୁହାଯାଇପାରେ ଦୁଃଖରେ ରହି ମଧ୍ୟ ଲକଡାଉନକୁ ସମର୍ଥନ କରିବା ଛଡା ଆଉ କିଛି ବାଟ ନାହିଁ ।

କାରଣ ଏବେ କଟକରେ ଯେଉଁ ସଙ୍ଗୀନ ସ୍ଥିତି ରହିଛି ଲୋକମାନେ ପରିବା କିଣିବା ତ ଦୂରର କଥା ଘରୁ ବାହାରକୁ ମଧ୍ୟ ବାହାରୁ ନାହାନ୍ତି । ତେବେ ଗୋଟିଏ ପଟେ ଵ୍ୟଵସାୟୀଙ୍କ ଦୁଃଖ ଅନ୍ୟପଟେ କୋରୋନା ଛାଟ ଏହାରି ଭିତରେ ଭାଙ୍ଗି ପଡିଛନ୍ତି ଏହି ପରିବା ଵ୍ୟବସାୟୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details