କଟକ: ମାଆ ଚାଲିଗଲା ମନରେ ଅଜସ୍ର ଦୁଃଖ । ହେଲେ ଭାରତ ମାଆକୁ ଦୁଃଖ ନଦେବାକୁ ପଣ । ମନରେ ଜାଗ୍ରତ ଅଜସ୍ର ଦେଶଭକ୍ତି । ସେଥିଲାଗି ତ ମା’ଙ୍କ ଦେହାନ୍ତର 7 ଦିନରେ ବି କାର୍ଯ୍ୟରତ ଅଛନ୍ତି କଟକର ଜଣେ ପୋଲିସ ଅଧିକାରୀ । ନାମ ତାଙ୍କର ନାରାୟଣ ମହାରଣା । ନିଜ ମା’ଙ୍କ ଦେହାନ୍ତ ପରେ ବି କର୍ତ୍ତବ୍ୟରେ ହେଳା ନକରି ସେମିତି କାର୍ଯ୍ୟ କରିଚାଲିଛନ୍ତି ସେ । ନିଜ ଦୁଃଖକୁ ନିଜ ଭିତରେ ଚାପି କୋରୋନା ଯୁଦ୍ଧରେ ସମସ୍ତଙ୍କୁ ଖୁସି ଓ ଶାନ୍ତି ପ୍ରଦାନ ପାଇଁ ନିଜ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଚାଲିଛନ୍ତି ।
କର୍ତ୍ତବ୍ୟ ଆଗରେ ସବୁ ଫିକା - cuttack police news
ମାଆ ଚାଲିଗଲା ମନରେ ଅଜସ୍ର ଦୁଃଖ । ହେଲେ ଭାରତ ମାଆକୁ ଦୁଃଖ ନଦେବାକୁ ପଣ । ସେଥିଲାଗି ତ ମା’ଙ୍କ ଦେହାନ୍ତର 7 ଦିନରେ ବି କାର୍ଯ୍ୟରତ ଅଛନ୍ତି କଟକର ଜଣେ ପୋଲିସ ଅଧିକାରୀ । ଅଧିକ ପଢନ୍ତୁ...

କର୍ତ୍ତବ୍ୟ ଆଗରେ ସବୁ ଫିକା
କର୍ତ୍ତବ୍ୟ ଆଗରେ ସବୁ ଫିକା
ଏହାସହ ଲୋକଙ୍କୁ ମଧ୍ୟ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ତେବେ ମା’ଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବା ଲାଗି କେବଳ ତିନି ଦିନ ଛୁଟି ନେଇ ପୁଣି ଥରେ କାର୍ଯ୍ୟରେ ଯୋଗଦେବେ ବୋଲି ସେ କହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ